ଆବର୍ଜନା କୁଣ୍ଡ ପାଲଟୁଛି ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ...
ବରଗଡ଼,୦୫/୦୭ : ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ରେ ଆବର୍ଜନା ଗଦା ହୋଇ ପରିସ୍କାର ପରିଛର୍ନ ହେଉନଥିବାରୁ ଡାକ୍ତରଖାନା ର ସ୍ୱଚ୍ଛତା କୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ବେଛାସେବୀ।
Ad..
ବରଗଡ଼ ଜିଲ୍ଲା ର ସମାଜସେବା କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ କରୁଥିବା ବିକାଶ ଅଗ୍ରୱାଲ ପ୍ରଶ୍ନ ଉଠାଇ କହିଛନ୍ତି ଯେ ଏକ ନମ୍ବର ଆମ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ବରଗଡ଼।
Ad..
ଧନ୍ୟବାଦ ଦେବୀ ସେହି ସରକାରୀ ବାବୁ ମାନଙ୍କୁ ଯେଉଁମାନେ ଆଦୌ ଅଭିଯୋଗ କରୁନାହାନ୍ତି କି କାହାକୁ ଅଭିଯୋଗର ସୁଯୋଗ ମଧ୍ୟ୍ୟ ଦେଉନାହାନ୍ତି ଆରାମରେ ଏତିକି ପରିଷ୍କାର ପରିଚ୍ଛନ୍ନ ଚିକିତ୍ସାଲୟ ପରିସରରେ ଡିଉଟି କରୁଛନ୍ତି।
Ad..
ଆହୁରି କହିଛନ୍ତି ମଧ୍ୟ ଯେ ବନ୍ଧୁଗଣ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଦୃଶ୍ୟ କୁଢ଼ କୁଢ଼ ମଇଳାରେ ଭରପୁର। ଖୋଲା ଆକାଶ ତତେ ଚିକିତ୍ସାଲୟ ପରିସରରେ ଫିଙ୍ଗି ଦେଉଛନ୍ତି କୁଇଣ୍ଟାଲ କୁଇଣ୍ଟାଲ ମଇଳା, ଦୁର୍ଗନ୍ଧରେ ନାକ ଫାଟି ଯାଉଛି, ବର୍ତମାନ ବର୍ଷରୁତୁରେ ପାଣିରେ ଭିଜି ପୋକ ଶଲୁବାଳୁ ହେଉଛନ୍ତି।
ପିଇବା ପାଣି ଟେପ ଠୁ ଧରି ଶୌଚାଳୟ ପର୍ଯ୍ୟନ୍ତ ପୋକ ଘୁରି ବୁଲୁଛନ୍ତି ହେଲେ କାହାରିକୁ ଦୃଷ୍ଟିଗୋଚର ହେଉନାହିଁ। କହିଲେ ପୁଣି କହିବେ.... ବୋଲି ସାମାଜିକ ଗଣମାଧ୍ୟମରେ ପ୍ରକାଶ କରି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।
ଏହାସହ ପ୍ରଶାସନ କୁ ଅନୁରୋଧ କରି ଲେଖିଛନ୍ତି ଯେ ବିଭାଗୀୟ ଅଧିକାରୀ ଆପଣ ସାମାଜିକ ଗଣମାଧ୍ୟମରେ ଛଡାଯାଇଥିଲା ଭିଡିଓ ଫୋଟ ଦେଖି ଯଦି କିଛି ହୃଦୟଙ୍ଗମ କରି ପାରିବେ ତାହେଲେ ଦୟାପୂର୍ବକ ଉକ୍ତ ସ୍ଥାନକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁଁ ବିନମ୍ର ନିବେଦନ କରିଛନ୍ତି।
Report : Bijay ku sahu
Edited by k.s thakur...




