ବଳଙ୍ଗା ଥାନା ଘେରାଉ ବେଳେ ବିଜେଡି କର୍ମୀ-ପୋଲିସ ଧସ୍ତାଧସ୍ତି...

ବଳଙ୍ଗା ଥାନା ଘେରାଉ ବେଳେ ବିଜେଡି କର୍ମୀ-ପୋଲିସ ଧସ୍ତାଧସ୍ତି...


ପୁରୀ/ବଳଙ୍ଗା,୨୦/୦୭ : ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ବଳଙ୍ଗା ନାବାଳିକାଙ୍କୁ ପୋଡି ଦେବା ମାମଲାକୁ ନେଇ ସରଗରମ ହୋଇଛି ରାଜନୀତି । ନାରୀ ସୁରକ୍ଷା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ। 

       Ad..


ବଳଙ୍ଗା ନାବାଳିକାଙ୍କୁ ପୋଡି ଦେବା ଘଟଣାକୁ ନେଇ ଆଜି ବିଜେଡି ପକ୍ଷରୁ ବଳଙ୍ଗା ଥାନା ଘେରାଉ ଉଦ୍ୟମ ହୋଇଛି ।ଶତାଧିକ କର୍ମୀ ଥାନା ସମ୍ମୁଖରେ ଧାରଣା ଦେଇଥିବା ବେଳେ ବରିଷ୍ଠ ନେତା ମଧ୍ୟ ସାମିଲ ହୋଇଛନ୍ତି । ଲେଖାଶ୍ରୀ ସାମନ୍ତ ସିଂହାର, ରାଜଶ୍ରୀ ମଲ୍ଲିକ, ଟୁକୁନି ସାହୁ, ରୁଦ୍ର ମହାରଥୀ, ପ୍ରଦୀପ ମାଝୀ ସହ ଅନେକ ନେତା ଅଛନ୍ତି ।

    Ad..


ବଳଙ୍ଗା ଥାନା ଭିତରକୁ ଧସେଇ ପଶିବାକୁ ବିଜେଡି ନେତା ଓ କର୍ମୀ ଉଦ୍ୟମ କରିଛନ୍ତି । ଥାନା ଘେରାଉ ବେଳେ ବିଜେଡି କର୍ମୀ ଓ ପୋଲିସ ଧସ୍ତାଧସ୍ତି ପରିସ୍ଥିତି ଦେଖା ଯାଇଛି। ଏହା ସହ ମୋହନ ମାଝୀ ସରକାର ବିରୋଧରେ ନାରାବାଜି କରିଥିବାର ଦେଖାଯାଇଛି । 

    Ad..


ବଳଙ୍ଗା ଘଟଣାରେ ଏ ପର୍ଯ୍ୟନ୍ତ କେହି ଗିରଫ ହୋଇ ନ ଥିବାରୁ ବିରୋଧୀ ଦଳ ଥାନା ଘେରାଉ କରି ପ୍ରତିବାଦ କରିଥିବା ଜଣାପଡିଛି। ସୁରକ୍ଷା ଦୃଷ୍ଟିରୁ ବଳଙ୍ଗା ଥାନାରେ ପୋଲିସ ଛାଉଣି ହୋଇଛନ୍ତି । ଅନ୍ୟପଟେ ସାଇଣ୍ଟିଫିକ ଟିମ୍ ଓ ଦୁଇଟି ସ୍ପେଶାଲ ସ୍କ୍ୱାଡ ମାମଲାର ତଦନ୍ତ କରୁଛନ୍ତି।




Edited by k.s thakur...

Post a Comment

Previous Post Next Post