ସରଣ୍ଡା ଜଙ୍ଗଲରେ ଆଇଡି ବିସ୍ପୋରଣ, ଜଣେ ଯବାନ ଗୁରୁତର ଆହତ...

ସରଣ୍ଡା ଜଙ୍ଗଲରେ ଆଇଡି ବିସ୍ପୋରଣ, ଜଣେ ଯବାନ ଗୁରୁତର ଆହତ...


ରାଉରକେଲା,୧୪/୦୬ : ସୁନ୍ଦରଗଡ଼ ଜିଲ୍ଲା କୋଇଡା ସୀମାନ୍ତ ସରଣ୍ଡା ଜଙ୍ଗଲରେ ଆଇଡି ବିସ୍ପୋରଣ ହୋଇଛି। ସର୍ଚ୍ଚ ଅପରେସନ ବେଳେ ମାଓବାଦୀ ଆଇଇଡି ବିସ୍ପୋରଣ କରିଛନ୍ତି। ବିସ୍ପୋରଣରେ ଜଣେ ଯବାନ ଗୁରୁତର ହୋଇଛନ୍ତି।

            Ad..


ଗୁରୁତର ଯବାନ ଉତ୍ତରପ୍ରଦେଶର ସତ୍ୟବାନ ସିଂହ ବୋଲି ଜଣାଯାଇଛି। ତାଙ୍କୁ ରାଉରକେଲା ସେକ୍ଟର ୧୯ ସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଛି ।

            Ad..


ପଶ୍ଚିମାଞ୍ଚଳ ଡ଼ିଆଇଜି ବ୍ରିଜେଶ ରାୟ, ରାଉରକେଲା ଏସପି ନୀତେଶ ୱାଧୱାନୀ ଓ ସିଆଇପିଏଫର ବରିଷ୍ଠ ଅଧିକାରୀ ହସ୍ପିଟାଲରେ ପହଂଚି ଗୁରୁତର ଯବାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି।

ଯବାନ ଗୁରୁତର ହେଵା ପରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଗତ କିଛି ଦିନ ପୂର୍ବରୁ କେ ବଲାଙ୍ଗ ଥାନା ଅନ୍ତର୍ଗତ ଏକ ଖଣିକୁ ଯାଉଥିବା ବିସ୍ପୋରକ ବୋଝେଇ ଟ୍ରକକୁ ମାଇବାଦୀ ମାନେ ଲୁଟି ନେଇଥିଲେ ।




Edited by k.s thakur...




Post a Comment

Previous Post Next Post