ଜୁନ୍ ୨୦ ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ...
ଭୁବନେଶ୍ଵର,୦୭/୦୬ : ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୧୨ ନୁହେଁ, ବରଂ ଜୁନ୍ ୨୦ ତାରିଖରେ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।
Ad..
ରାଜ୍ୟରେ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ସମାରୋହରେ ଯୋଗଦେବାକୁ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ। ବିଜେପି ସରକାର ଓଡ଼ିଶାରେ ତାଙ୍କ ସରକାର ଦ୍ୱାରା ହୋଇଥିବା ଏକ ବର୍ଷ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ନିଜର ସଫଳତା ବଖାଣିବେ।
Ad..
ସମାରୋହ ପାଇଁ ସ୍ଥାନ ନିରୂପଣ ଚାଲିଛି । ଆଗକୁ ମୁଖ୍ୟମନ୍ତ୍ରୀ ପ୍ରେସ କନଫେରେନ୍ସ କରି ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେବେ ବୋଲି ସୁରେଶ ପୂଜାରୀ ସୂଚନା କହିଛନ୍ତି ।
Edited by k.s thakur...



