ଅଖିଳ ଭାରତୀୟ ଗୋଁଣ୍ଡଓ୍ବାନ ଗୋଁଣ୍ଡ ମହାସଭାର ସାଧାରଣ ବୈଠକ...

ଅଖିଳ ଭାରତୀୟ ଗୋଁଣ୍ଡଓ୍ବାନ ଗୋଁଣ୍ଡ ମହାସଭାର ସାଧାରଣ ବୈଠକ... 


ପାଇକମାଳ,୦୮/୦୬ : ପାଇକମାଳ ବ୍ଳକ ଶ୍ରୀଶ୍ରୀ ନୃସିଂହନାଥ ପୀଠରେ ଥିବା ଶ୍ରୀଶ୍ରୀ ବୁଢାଦେଓ ମଣ୍ଡପରେ ଗଜରାଜ ସିଂ ପୁଟାଙ୍କ ସଭାପତିତ୍ବରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଅଛି। 

                Ad..


ଏହି ସଭାରେ ବୁଢାଦେଓ ମନ୍ଦିର ନିର୍ମାଣ ଏବଂ ମଣ୍ଡପର ଉନ୍ନତିକରଣ ଏବଂ ପୂର୍ବ କାର୍ଯ୍ୟକ୍ରମର ଆୟବ୍ୟୟ ହିସାବ କରାଯାଇଥିଲା। ମନ୍ଦିର ପରିସରରେ ଏକ ଶୌଚଳୟ ନିର୍ମାଣ ପାଇଁ ସମାଜର ଦାତାଙ୍କ ଠାରୁ ଅନୁଦାନ ରାଶି ବାବଦକୁ ମୋଟ ୨୫ ହଜାର ଟଙ୍କା ଚାନ୍ଦା ସଂଗ୍ରହ ହୋଇଥିଲା। 

         Ad..


ବୁଢାଦେଓ ମଣ୍ଡପ ନିର୍ମାଣ ପାଇଁ ନୂତନ କମିଟି ଗଠନ କରାଯାଇଥିଲା। ଉକ୍ତ ସଭାରେ ତୁର୍ଲା ସର୍କଳ ସଭାପତି ମାୟାରାମ ଜଗତ,ଡଭା ସର୍କଳ ସଭାପତି ରତିରାମ ସିଦାର ,ଭଇଁଷାଦର୍ହା ସର୍କଳ ସଭାପତି ଚିତ୍ତରଞ୍ଜନ ପୁର୍ରେ ,କୋକନରା ସର୍କଳ ସଭାପତି ଅମୃତ ବାଗ, ନୂଆଗାଁ ସର୍କଳ ସଭାପତି ସୋଭାରାମ ଧରୁଆ,ପୁରେନା ସର୍କଳ ସଭାପତି ଦୁର୍ଯୋଧନ ପୁଟା,ଝିଟିକି ସର୍କଳ ସଭାପତି ରଞ୍ଜନ ମାଝୀ..

ବାରପଲିଆ ସର୍କଳ  ସଭାପତି ସନ୍ତୋଷ ପୁଝାରୀ,ଭାଗବତିଆ ସିଂ ଦାଉ, ଜଗନ୍ନାଥ ପୁଟା,ଚୈତୁ ସିଂ ଦେଓ, ସମେତ ବହୁ ସମାଜର କର୍ମକର୍ତ୍ତାମାନେ ଯୋଗଦେଇଥିଲେ। ନୂତନ କମିଟିରେ ସଭାପତି ଭାବରେ ଗଜରାଜ ସିଂ ପୁଟା, ଉପସଭାପତି ଚିତ୍ତରଞ୍ଜନ, ସମ୍ପାଦକ ଦୁର୍ଯୋଧନ ପୁଟା, କୋଷାଧ୍ୟକ୍ଷ ଜୟସିଂ ଦାଉକୁ ଚୟନ କରାଯାଇଥିଲା। 

କ୍ଷିତରାଜ ଗଏଁତା ମଞ୍ଚ ପରିଚାଳନା କରିଥିଲେ। ବସନ୍ତ ଧରୁଆ,ରୁକ୍ମଣ ଧରୁଆ, ସୁଫଳ ସିଂ ଧରୁଆ, ନୃସିଂହ ଧରୁଆ,ଦେବାର ଧରୁଆ,ରଘୁନନ୍ଦନ ସିଂ ଦେଓ, ରୂପଧର ନାଏକ,ପୀରବାଈ ସିଦାର, ବାସନ୍ତୀ  ସିଦାର ପ୍ରମୁଖ ସହଯୋଗ କରିଥିଲେ।ଉକ୍ତ ସଭାରେ ସମାଜର ସମସ୍ତ ସଭ୍ୟ ସଭ୍ୟା କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ଜୟସିଂ ଦାଉ ଧନ୍ୟବାଦ ଦେଇଥିଲେ।



Report : Bijay ku sahu

Edited by k.s thakur...



Post a Comment

Previous Post Next Post