୧୦ ମିଟର ଏୟାର ରାଇଫଲ ମାଷ୍ଟର ବର୍ଗରେ ବରଗଡର ତୌହିଦ ଖାନଙ୍କୁ ରଜତ ପଦକ...

୧୦ ମିଟର ଏୟାର ରାଇଫଲ ମାଷ୍ଟର ବର୍ଗରେ ବରଗଡର ତୌହିଦ ଖାନଙ୍କୁ ରଜତ ପଦକ...


ବରଗଡ,୩୦/୦୬ : ଭୁବନେଶ୍ୱର ଉତ୍କଳ କରାଟେ ଏସୋସିଏସନ ପରିସରରେ ଦୁଇ ଦିନ ଧରି ଆୟୋଜିତ ରାଜ୍ୟସ୍ତରୀୟ ରାଇଫଲ ପ୍ରତିଯୋଗୀତା ରବିବାର ଶେଷ ହୋଇ ଯାଇଛି। 

           Ad..


ଏହି ପ୍ରତିଯୋଗୀତାରେ ବଲାଙ୍ଗିର ରାଇଫଲ ଏସୋସିଏସନ ପକ୍ଷରୁ ୨୦ ଜଣ ପ୍ରତିଯୋଗୀ ଭାଗ ନେଇ ଥିବା ବେଳେ ଏହି ଟିମ ରେ ବରଗଡ ର ପ୍ରତିଭାଶାଳୀ ଶୁଟର ତୌହିଦ ଖାନ ମଧ୍ୟ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ। 

         Ad..


ଟିମ ମ୍ୟାନେଜର ସୟଦ ଅଫତାବ ହୁସେନ ଓ ନିହାର ରଞ୍ଜନ ସ୍ୱାଇଁ ଙ୍କ ନେତୃତ୍ୱରେ ଦଳ ଯୋଗ ଦେଇ ଥିବା ବେଳେ ତୌହିଦ ଖାନ ୧୦ ମିଟର ଏୟାର ରାଇଫଲ ମାଷ୍ଟର ବର୍ଗରେ ଦ୍ୱିତୀୟ ସ୍ଥାନ ଅଧିକାର କରି ରଜତ ପଦକ ହାସଲ କରି ଅଞ୍ଚଳ ପାଇଁ ଗର୍ବ ଏବଂ ଗୌରବ ଆଣିଛନ୍ତି ।

ତୌହିଦ ଖାନଙ୍କ ଏହି କୃତିତ୍ୱ ପାଇଁ ବରଗଡ କ୍ରୀଡା ପ୍ରେମୀମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ବଲାଙ୍ଗିରର ଅନ୍ୟାନ୍ୟ ଖେଳାଳିମାନେ ମଧ୍ୟ ଅଦ୍ଭୁତପୂର୍ବ ପ୍ରଦର୍ଶନ କରିଛନ୍ତି। ବରିଷ୍ଠ ମହିଳା ବର୍ଗରେ ମଧୁସ୍ମିତା ମାଝୀ ଗୋଲ୍ଡ ମେଡାଲ ଜିତିଛନ୍ତି ଓ ଜୁନିୟର ପୁରୁଷ ବର୍ଗରେ ଓମ ପ୍ରକାଶ ଧରୁଆ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। 

ସେହିପରି ୧୦ ମିଟର ଏୟାର ରାଇଫଲ ମହିଳା ବର୍ଗରେ ମଧୁମିତା ମାଝୀ ସିଲଭର ମେଡାଲ ଜିତିଛନ୍ତି।



Report : Bijay ku sahu

Edited by k.s thakur...



Post a Comment

Previous Post Next Post