ବିକାଶ ମେଳର ଚତୁର୍ଥ ଦିବସ: ଜିଲ୍ଲାସ୍ତରୀୟ 'ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭' ବିକଶିତ ଓଡ଼ିଶା ଏବଂ ବିକଶିତ ଜିଲ୍ଲା ପାଇଁ ପରାମର୍ଶ କର୍ମଶାଳା ଅନୁଷ୍ଠିତ...

ବିକାଶ ମେଳର ଚତୁର୍ଥ ଦିବସ: ଜିଲ୍ଲାସ୍ତରୀୟ 'ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭' ବିକଶିତ ଓଡ଼ିଶା ଏବଂ ବିକଶିତ ଜିଲ୍ଲା ପାଇଁ ପରାମର୍ଶ କର୍ମଶାଳା ଅନୁଷ୍ଠିତ...


ବରଗଡ଼,୧୫/୦୬ : ବିକାଶ ମେଳାର ଚତୁର୍ଥ ଦିବସରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଲଲାଟ କୁମାର ଲୁହାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ 'ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭' ବିକଶିତ ଓଡ଼ିଶା  ପାଇଁ ବିକଶିତ ଜିଲ୍ଲା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । 

             Ad..


ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁଙ୍କ ସମେତ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ଖୋସଲା, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ବିଶ୍ୱନାଥ ସାହୁ, ଡିପିଏମୟୁ ଡେପୁଟି ଡାଇରେକଟର ଶ୍ରୀ ନାୟକ ମାଚାସୀନ ହୋଇ ବିକଶିତ ଓଡ଼ିଶା ତଥା ବିକଶିତ ଜିଲ୍ଲାର ରୋଡ଼ମ୍ୟାପ ପ୍ରସ୍ତୁତି ପାଇଁ ସମସ୍ତଙ୍କୁ ଉତ୍ସାହିତ କରିଥିଲେ। 

           Ad..


କର୍ମଶାଳରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସମେତ ସମସ୍ତ ବିଭାଗର ସଫଳ ହିତାଧିକାରୀ, ଅଂଚଳର ଶିକ୍ଷାବିତ, ବିଶିଷ୍ଟ ବୁଣାକାର, ଉଦ୍ୟୋଗୀ, ଡାକ୍ତର, ଆଇନଜୀବି, ଅଧ୍ୟାପକ, ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଉପସ୍ଥିତ ରହି  ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭' ବିକଶିତ ଓଡ଼ିଶା ଆଲୋଚନା ମାଧ୍ୟମରେ ରୋଡ଼ ମ୍ୟାପ ପ୍ରସ୍ତୁତ କରିଥିଲେ ଥିଲେ।

ଏତଦବ୍ୟତୀତ ଆଜି ମା ପାଇଁ ଗଛଟିଏ ଅଭିଯାନର ସଫଳ ରୂପାୟନ ପାଇଁ ସ୍ଥାନୀୟ ଯଦୁମଣି ଅଡିଟରୀୟମ ଏବଂ ଗୋରୁ ମାର୍କେଟ ଅଂଚଳରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଶୁଭାରମ୍ଭ କରିଥିଲେ। ଜିଲ୍ଲା ବନ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଲୁହାଙ୍କ ସମେତ ଏସିଏଫ ଶ୍ରୀ ହରମୋହନ ରଥ, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ବନ ବିଭାଗ କର୍ମଚାରୀ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ।

ପ୍ରତିଦିନ ଭଳି ଆଜି ବିକାଶ ମେଳର ସାଂସ୍କୃତିକ ସନ୍ଧ୍ୟାରେ ସ୍ଥାନୀୟ ଲୋକ କଳା ଏବଂ ବିଷୟବସ୍ତୁ ଭିତ୍ତିକ ନୃତ୍ୟ ପରିବେଷଣ ସହ ସହୀଦ କୁଞ୍ଜେଲ ସିଂ କ୍ଳବ ଘେଁସ ର ସମସ୍ତ କଳାକାରଙ୍କ ଦ୍ୱାରା ମଞ୍ଚସ୍ତ ହୋଇଥିଲା ଆମ ଜିଲ୍ଲାର ମହାନ ସ୍ୱାଧୀନତା ସଂଗ୍ରାମୀ ସହୀଦ ମାଧୋ ସିଂ ଙ୍କ ସଂଗ୍ରାମ ଉପରେ ଆଧାରିତ ଏକ ନାଟକ।



Report : Bijay ku sahu

Edited by k.s thakur...



Post a Comment

Previous Post Next Post