ପରିତ୍ୟକ୍ତ କୂଅ ଭିତରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ଯା ଅଭିଯୋଗ...

ପରିତ୍ୟକ୍ତ କୂଅ ଭିତରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ଯା ଅଭିଯୋଗ...


କଣ୍ଟାବାଞ୍ଜି, ୨୯/୦୬: କଣ୍ଟାବାଞ୍ଜି ଠାରୁ ତୁରେକେଲା ଯିବା ରାସ୍ତାର ନୂଆ ବସଷ୍ଟାଣ୍ଡ ପଛପଟ ଏକ ପରିତ୍ୟକ୍ତ କୂଅରେ ଜଣେ ଯୁବକଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରେ ପୁଲିସ ଏବଂ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଥିଲେ। 

            Ad..


ମୃତଦେହ କୂଅ ଭିତରେ ପଡି ରହିଥିବାବେଳେ ବଲାଙ୍ଗୀରରୁ ସାଇଣ୍ଟିଫିକ ଟିମ୍‌ ଏବଂ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସବ ଉଦ୍ଧାର କରାଯାଇଛି ବୋଲି ଜଣାପଡିଛି।

Ad..


ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅର୍ନ୍ତଗତ ଡୁମେରଚୁଆଁ ଗାଁର ୧୯ ବର୍ଷିୟ ଯୁବକ କୁଞ୍ଜ ମାଝୀ ଗତ ୨୦ ରାତିରେ ଘର ଖାଉଥିବା ସମୟରେ ଏକ ଫୋନ କଲ ଆସିଲା, ସେ କଥା ହେଉ ହେଉ ଘରୁ ବାହାରି ଆଉ ରାତିରେ  ଘରକୁ ଫେରିଲା ନାହିଁ।

ପରିବାର ଲୋକେ ବହୁ ଖୋଜାଖୋଜି କରିଲା ପରେ ମଧ୍ୟ ପତ୍ତା ପାଇଲେ ନାହିଁ। ଶେଷରେ କଣ୍ଟାବାଞ୍ଜି ଥାନା ଦ୍ବାରସ୍ଥ ହେଇଥିଲେ। ଏନେଇ କଣ୍ଟାବାଞ୍ଜି ପୁଲିସ ନିଖୋଜ ମାମଲା ରୁଜୁ କରିଥିବାବେଳେ ନିଖୋଜ ଯୁବକ କୁଞ୍ଜ ର କୌଣସି ପତ୍ତା ମିଳି ନ ଥିଲା।

ତେଣୁ ଏହି କୂଅରେ ପଡ଼ିଥିବା ଯୁବକ ଜଣକ କୁଞ୍ଜ ବୋଲି ପରିବାର ପକ୍ଷରୁ ଚିହ୍ନଟ କରାଯାଇଛି। ମୃତଦେହକୁ ଉଦ୍ଧାର କରାଯାଇଛି ଓ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ତେବେ ଏ ଘଟଣା କୁ ନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣଛନ୍ତି।



Edited by k.s thakur...


Post a Comment

Previous Post Next Post