ମାରୱାଡି ଯୁବାମଞ୍ଚ କଣ୍ଟାବାଞ୍ଜି ଶାଖାର ବାର୍ଷିକୋତ୍ସବ ଏବଂ ନୂତନ କର୍ମକର୍ତ୍ତାଙ୍କ ଶପଥପାଠ କାର୍ଯ୍ୟକ୍ରମ...

ମାରୱାଡି ଯୁବାମଞ୍ଚ କଣ୍ଟାବାଞ୍ଜି ଶାଖାର ବାର୍ଷିକୋତ୍ସବ ଏବଂ ନୂତନ କର୍ମକର୍ତ୍ତାଙ୍କ ଶପଥପାଠ କାର୍ଯ୍ୟକ୍ରମ...


କଣ୍ଟାବାଞ୍ଜି,୧୩/୦୬ : ମାରୱାଡି ଯୁବାମଞ୍ଚ କଣ୍ଟାବାଞ୍ଜି ଶାଖାର ନୂତନ କର୍ମକର୍ତ୍ତାଙ୍କ ଶପଥପାଠ ଏବଂ ବାର୍ଷିକୋତ୍ସବ କାର୍ଯ୍ୟକ୍ରମ ସ୍ଥାନୀୟ ଓମ୍ କାର ମଲ୍ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। 

Ad..


ଅଜୟ ଅଗ୍ରୱାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଟିଟିଲାଗଡ ବିଧାୟକ ନବୀନ କୁମାର ଜୈନ, ସମ୍ମାନିତ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ,ବିଶିଷ୍ଟ ଅତିଥି ଭାବେ ନଗରପାଳ ବରିୟମ ସିଂ ସାଲୁଜା,ସାମାଜିକକର୍ମୀ ନବୀନ ଅଗ୍ରଓ୍ବାଲ...

         Ad..


ମୁଖ୍ୟବକ୍ତା ଓ ଶପଥ ଅଧିକାରୀ ଭାବେ ଅଖୁଲ ଭାରତୀୟ ଅଗ୍ରୱାଲ ମହାସଭାର ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷ ଶମ୍ଭୁ ପ୍ରସାଦ ଗୋଏଲ, ସମ୍ପାଦକ ହେମନ୍ତ ଅଗ୍ରୱାଲ, ନବ ନିର୍ବାଚିତ ସଭାପତି ନିଖିଲ ଅଗ୍ରୱାଲ ଓ ସମ୍ପାଦକ ନବନିତ ଅଗ୍ରୱାଲ ପ୍ରମୁଖ ମଞ୍ଚାସୀନ ଥିଲେ।

ଅତିଥି ମାନେ ନିଜ ନିଜ ଅଭିଭାଷଣ ରେ ମାରୱାଡି ଯୁବାମଞ୍ଚର କାର୍ଯ୍ୟ କୁ ନେଇ ପୂର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ। ଏହା ସହିତ କହିଥିଲେ ଯେ ନର ସେବା ହିଁ ନାରାୟଣ ସେବା ଓ ଯୁବା ଶକ୍ତି ରାଷ୍ଟ୍ର ଶକ୍ତି ର ଆହ୍ୱାନ ଦେଇ ଜନ ହିତକର କାର୍ଯ୍ୟରେ ସବୁ ବେଳେ ମାରୱାଡି ଯୁବା ମଞ୍ଚ ର ଅବଦାନ ରହି ଆସୁଅଛି। ଯାହା କି ପ୍ରଶଂସାର ବିଷୟ ବୋଲି କହିଥିଲେ।

ସଦସ୍ୟ ସୁମିତ ଜୈନ ଓ ମନୀଷ ଜୈନ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ଉତ୍କୃଷ୍ଟ କାର୍ଯ୍ୟ ପାଇଁ ପରାମର୍ଶଦାତା ଆଶିଷ ଖେତାନ୍, ସର୍ବଶ୍ରେଷ୍ଠ ସଂଯୋଜକ ମନୀଷ ଜୈନ, ସର୍ବଶ୍ରେଷ୍ଠ ସଦସ୍ୟ ଦୀପକ ଜୈନ,ଆକାଶ ଜୈନ ସହ ଅନ୍ୟ ସଦସ୍ୟଙ୍କୁ ପୁରସ୍କୃତ କରାଯାଇଥିଲା। 

ସେହିପରି ବିଭିନ୍ନ କ୍ଷେତ୍ରରେ ସୁ ନାମ ଅର୍ଜନ କରିଥିବା ବ୍ୟକ୍ତିଙ୍କୁ ମଧ୍ଯ ସମ୍ମାନିତ କରାଯାଇଥିଲା। ପରେ ନବ ନିର୍ବାଚିତ ପଦାଧିକାରୀମାନେ ଶପଥପାଠ କରିଥିଲେ।



Edited by k.s thakur...



Post a Comment

Previous Post Next Post