ପ୍ରାୟ ଦେଢ଼ଘଣ୍ଟା ରୁ ହୁତୁହୁତୁ ହୋଇ ଜଳୁଛି ରାଜଧାନୀ ଏକ୍ସପ୍ରେସ...
ବସ୍ତା,୦୪/୦୬ : ଏକ୍ସପ୍ରେସରେ ଲାଗିଲା ନିଆଁ। ରାଜଧାନୀ ଏକ୍ସପ୍ରେସରେ ଲାଗିଲା ନିଆଁ। ବସ୍ତା ଅଞ୍ଚଳରେ ଏକ୍ସପ୍ରେସର ଇଞ୍ଜିନରେ ନିଆଁ ଲାଗିଯାଇଛି। ଫଳରେ ଦେଢ଼ଘଣ୍ଟା ହେବ ଅଟକି ରହିଛି ଟ୍ରେନ।
Ad..
ବାରମ୍ୱର ରାଜଧାନୀ ଏକ୍ସପ୍ରେସରେ ଏପରି ଅଘଟଣ ଘଟୁଛି। ପୂର୍ବରୁ ମଧ୍ୟ ରାଜଧାନୀ ଏକ୍ସପ୍ରେସର ବଗିରେ ନିଆଁ ଲାଗିଥିଲା। ପରେ ଅଗ୍ନିଶମ ବାହିନୀ ଆସି ନିଆଁ ଲିଭାଇଥିଲେ।
Ad..
ଆଉ ଏବେ ପୁଣିଥରେ ରାଜଧାନୀ ଏକ୍ସପ୍ରେସର ଇଞ୍ଜିନରେ ନିଆଁ ଲାଗିଛି। ଫଳରେ ଟ୍ରେନଟି ଅଟକି ରହିଛି। ହେଲେ ଏହି ଦୁର୍ଘଟଣାରେ କୌଣସି ମୃତାହତଙ୍କ ସୂଚନା ମିଳିନାହିଁ।
Edited by k.s thakur...



