ଅଧ୍ୟାପକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା...

ଅଧ୍ୟାପକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା... 


କଣ୍ଟାବାଞ୍ଜି,୨୮/୦୬ : କଣ୍ଟାବାଞ୍ଜି ମହିଳା ସ୍ନାତକ ମହାବିଦ୍ୟାଳୟ ର ରାଜନୀତି ବିଭାଗ ର ଅଧ୍ୟାପକ ଡକ୍ଟର ନେପାଲ ସେଠି ଙ୍କୁ ରାଜନୀତି ବିଭାଗ ଛାତ୍ରୀ ଓ ମହାବିଦ୍ୟାଳୟ ର ଅଧ୍ୟାପକ/ଅଧ୍ୟାପିକା କର୍ମଚାରୀ ମାନଙ୍କ ତରଫରୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଅଛି। 

      Ad..


ସୂଚନା ଅନୁସାରେ ଡକ୍ଟର ସେଠି ୨୦୧୮ ମସିହା ରେ ଏହି ମହାବିଦ୍ୟାଳୟ ରେ ଚାକିରି ରେ ଯୋଗଦାନ କରିଥିଲେ, ସେ ଏବର୍ଷ ଓଡ଼ିଶା ରାଜ୍ୟ କର୍ମଚାରୀ ଚୟନ ବୋର୍ଡ  ପରୀକ୍ଷାରେ ପୋଷ୍ଟ ଗ୍ରେଜୁଏଟ ଶିକ୍ଷକ ଭାବରେ ମନୋନୀତ ହୋଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କ ଠାରୁ ନିଯୁକ୍ତି ମେଳା ରେ ନିଯୁକ୍ତି ପତ୍ର ପ୍ରପ୍ତକରି ଅନୁଗୁଳ ଜିଲ୍ଲା ର ଛେଣ୍ଡିପଦା ବ୍ଲକ ର ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ପାଇଛନ୍ତି। 

Ad..


ଏଣୁ ଏହି ସଭା ରେ ତାଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା।ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପୁରୋହିତ ସେ ମହାବିଦ୍ୟାଳୟ କୁ ଦୀର୍ଘ ୭ ବର୍ଷ ସେବା ଯୋଗଦେଇଥିବାରୁ ମହାବିଦ୍ୟାଳୟ ର ଛାତ୍ରୀ, କର୍ମଚାରୀ ତଥା କଣ୍ଟାବାଞ୍ଜି ଅଞ୍ଚଳ ତରଫରୁ କୃତଜ୍ଞତା ଜ୍ଞାପନ କରିଥିଲେ। 

ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ଯୁଧିଷ୍ଠିର ବେହେରା, ଜିତେନ୍ଦ୍ର ସୁନା, ବଳରାଜ୍ ସିଂଦେଓ,ଦେବେନ୍ଦ୍ର କୁମାର ପଣ୍ଡା, ରମେଶ ଚନ୍ଦ୍ର ପୂଜାହରି, ଅଧ୍ୟାପିକା ସୁନନ୍ଦା ରଥ, ଲିପାନିତା ପଧାନ , ନୀରବତି ପାଧାନ , ଡ଼କ୍ଟର ସସ୍ମିତା ପଟ୍ଟନାୟକ, ଧରାଶ୍ରୀ ମହାନ୍ତି, ଗ୍ରନ୍ଥାଗାର ରକ୍ଷକ ସନ୍ତୋଷ ମହାନ୍ତି ଓ ମନୋଜ ସାହୁ, କର୍ମଚାରୀସନ୍ତୋଷ ତ୍ରିପାଠୀ, ପିଙ୍କି ନାଗ, ନାଜ୍ ନିନ ପର୍ମାର ଓ ସମସ୍ତ କର୍ମଚାରୀ , ସମସ୍ତ ଛାତ୍ରୀ ଡକ୍ଟର ସେଠୀ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ।




Edited by k.s thakur...


Post a Comment

Previous Post Next Post