ଅର୍ଶାତୁଲା ମାଝୀ ବେହେରାପଡା ର ନବନିର୍ମିତ ପ୍ରହରିମଣ୍ଡପ ର ରତ୍ନମୁଦ ଓ ପ୍ରତିଷ୍ଠା ଉତ୍ସବ, ଯୋଗ ଦେଲେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ...
ସିନ୍ଧେକେଲା,୦୯/୦୬ : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅର୍ଶାତୁଲା ପଞ୍ଚାୟତ ମୁଖ୍ୟାଳୟ ରେ ଥିବା ମାଝୀ ବେହେରା ପଡ଼ା ର ନବନିର୍ମିତ ପ୍ରହରିମଣ୍ଡପ ର ରତ୍ନମୁଦ ଓ ପ୍ରତିଷ୍ଠା ଉତ୍ସବ ମହା ସମାରୋହରେ ପାଲିତ ହୋଇଯାଇଛି।
Ad..
ମନ୍ଦିର ପ୍ରତିଷ୍ଠା କମିଟିର ପ୍ରତ୍ୟକ୍ଷ ତତ୍ବାବଧାନରେ ହୋଇଥିବା ଏହି ଉତ୍ସବରେ ୬ ତାରିଖ ଶୁକ୍ରବାର ଏକ ବିରାଟ ପଟୁଆରରେ ଶତାଧିକ ମହିଳା ଓ ପୁରୁଷ ମାନଙ୍କ ଦ୍ଵାରା ଅଧିବାସ ଓ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା।
Ad..
୭ ତାରିଖ ଶନିବାର ବନଯାଗ ସୁର୍ଯ୍ୟ ପୂଜା ଏବଂ ମହାସ୍ନାନ କରାଯାଇଥିଲା। ୮ ତାରିଖ ରବିବାର କୁମ୍ଭଭରଣ , ଦଧିନଉତି ସ୍ଥାପନ, ମନ୍ଦିର ପ୍ରତିଷ୍ଠା, ଧ୍ବଜାରୋହଣ ସହ ପୂର୍ଣ୍ଣାହୁତି ହୋଇଥିଲା। ପୂଜକ ଭାବରେ
ସତ୍ୟନାରାୟଣ ରଥ, ହେମନ୍ତ ଦାସ ଜପକ ରାଜୁ ଦାସ ଓ କର୍ତ୍ତା ଭାବରେ ଦ୍ବିଜବର ପୁଟେଲ ଓ ତାଙ୍କ ସହଧର୍ମିଣୀ ସେବତୀ ପୁଟେଲ, କ୍ଷୀରସିନ୍ଧୁ ମାଝୀ ଓ ତାଙ୍କ ସହଧର୍ମିଣୀ ବିଳାସିନୀ ମାଝୀ କାର୍ଯ୍ୟ ତୁଲାଇଥିଲେ।
ତେବେ ଏହି ପ୍ରତିଷ୍ଠା ଉତ୍ସବରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ପହଞ୍ଚି ଉତ୍ସବରେ ସାମିଲ ହୋଇଥିଲେ। ସେହି ସମୟରେ ଅନ୍ୟମାନଙ୍କ ମଧ୍ୟରେ ସିନ୍ଧେକେଲା ସମିତି ସଭ୍ୟ ଭୋଲାନାଥ ବେହେରା, ମୁନିରାମ ନାଗ, ଝରିଆଲ ସରପଞ୍ଚ ଭରଦ୍ୱାଜ ଗହୀର, ହେମନ୍ତ ସାହୁ,ନୌରାଜ ରଣା, ପର୍ମା ସାହୁ, କାହ୍ନା ଜୈନ, ଓୟୁଜେ ବଲାଙ୍ଗୀର ଶାଖାର ଟ୍ରିବୁନାଲ ଅଧ୍ୟକ୍ଷ ଅନିଲ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। କମିଟି ସଭାପତି ଅନଙ୍ଗ ସାହୁ, ସମ୍ପାଦକ ମନୋରଞ୍ଜନ ମାଝୀ, ଅର୍ଶାତୁଲା ସରପଞ୍ଚ ଙ୍କ ସ୍ବାମୀ ସଞ୍ଜୟ ପୁଟେଲ, ଭକ୍ତ ବନ୍ଧୁ ବେହେରା ପ୍ରମୁଖଙ୍କ ସହ କମିଟିର ସମସ୍ତ ସଦସ୍ୟ ଙ୍କ ସହ ଗ୍ରାମବାସୀ ସହଯୋଗ କରିଥିଲେ।
Edited by k.s thakur...



