ରଥଯାତ୍ରା ପାଇଁ ନିୟୋଜିତ ହେବେ ୩୦୦ ଡାକ୍ତର...
ଭୁବନେଶ୍ଵର,୦୯/୦୬ : ଜୁନ୍ ୨୭ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଏନେଇ ୮୦ ପ୍ରତିଶତ ପ୍ରସ୍ତୁତି ଶେଷ ହୋଇଛି । ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଇନ ତଥା ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି।
Ad..
ରଥ ନିର୍ମାଣର ଅଗ୍ରଗତି, ରାସ୍ତାଘାଟ ମରାମତି, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ, ଆଇନ ଶୃଙ୍ଖଳା ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା, ଭିଡ଼ ନିୟନ୍ତ୍ରଣ ଟ୍ରାଫିକ କଟକଣା ଏବଂ ଯୋଗାଯୋଗ ବ୍ୟବସ୍ଥା ଇତ୍ୟାଦି ପ୍ରସଙ୍ଗରେ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି ।
Ad..
ଏହି ବୈଠକ ପରେ ରଥଯାତ୍ରା ପାଇଁ ୮୦ ପ୍ରତିଶତ ପ୍ରସ୍ତୁତି ଶେଷ ହୋଇଥିବା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଗୁଣ୍ଡିଚାର ଯଥେଷ୍ଟ ପୂର୍ବରୁ ଅବଶିଷ୍ଟ ୨୦ ପ୍ରତିଶତ ପ୍ରସ୍ତୁତି ସରିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।
ସବୁ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟରେ କାର୍ଯ୍ୟ ଚାଲିଛି । ମହାପ୍ରଭୁ ନିଜେ ସବୁ କିଛି କରାନ୍ତି, ଆମେ କେବଳ ସେଗୁଡ଼ିକରେ ସହଯୋଗ କରୁ । ତେଣୁ ସମସ୍ତଙ୍କ ସମ୍ମିଳିତ ଉଦ୍ୟମରେ ସବୁକିଛି ସୁରୁଖୁରୁରେ ହେବ ବୋଲି ଆଇନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।
ସେହିପରି ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ କହିଛନ୍ତି, ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟ ବିଭାଗ ବ୍ୟାପକ ପ୍ରସ୍ତୁତି କରିଛି । ବିଶେଷକରି ରଥଯାତ୍ରା ପାଇଁ ୩୦୦ଡାକ୍ତର ଚିକିତ୍ସା ପାଇଁ ନିୟୋଜିତ ହେବେ । ସେହିପରି ମେଡ଼ିକାଲରେ ୧୫ଟି ଅସ୍ଥାୟୀ ଆଇସିୟୁ (ICU) ବେଡ୍ ଓ ବର୍ଣ୍ଣ ୟୁନିଟର ମଧ୍ୟ ବ୍ୟବସ୍ଥା କରାଯାଇଛି ।
ରଥାଯାତ୍ରା ପରେ ସ୍ଥାୟୀ ଆଇସିୟୁ ବେଡ୍ କରାଯିବ । ସେହିପରି କୋଭିଡ୍ ପାଇଁ କେହି ବ୍ୟସ୍ତ ହେବାର କିଛି କାରଣ ନାହିଁ । ଯଦି ଦେହ ଅସୁସ୍ଥ ରହିଛି ତେବେ ଭିଡ଼କୁ ନ ଆସି ମାସ୍କ ବ୍ୟବହାର କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
Edited by k.s thakur...



