ସ୍ୱାସ୍ଥ୍ୟ ସେବାରେ ଆମ୍ବୁଲାନ୍ସ ସେବାକୁ ନେଇ ଅସନ୍ତୋଷ, ସରକାର ବଦନାମ...
ବରଗଡ଼,୧୯/୦୬ : ସ୍ୱାସ୍ଥ୍ୟ ସେବାରେ ଆମ୍ବୁଲାନ୍ସ କୁ ନେଇ ବଢ଼ିବାରେ ଲାଗୁଛି ଜନଅସନ୍ତୋଷ। ବରଗଡ଼ ଜିଲ୍ଲା ରେ ସ୍ବାସ୍ଥ୍ୟ ସେବା ର କରୁଣ ପରିସ୍ଥିତି ଦେଖିବାକୁ ମିଳୁଛି l କେବଳ କେଇଟା ଟଙ୍କା ପାଇଁ ମରଣ ମୁହଁକୁ ଠେଲି ଦିଆଯାଉଛି ସାଧାରଣ ରୋଗୀଙ୍କ ଜୀବନକୁ।
Ad..
108 ଆମ୍ବୁଲାନ୍ସ ସେବା ଠିକା ନେଇଥିବା କମ୍ପାନୀ କିଲୋମିଟର ପିଛା ସରକାରଙ୍କଠୁ ଟଙ୍କା ପାଉଥିବା କାରଣରୁ ରୋଗୀ ପଡିରହିଥିବା ଠିକଣା ପାଖରେ ଥିବା ଆମ୍ବୁଲାନ୍ସ କୁ ନଦେଇ ସବୁବେଳେ ଦୂର ସ୍ଥାନରେ ଥିବା ଆମ୍ବୁଲାନ୍ସ ଦେଉଛି। ଯାହାଦ୍ୱାରା ଗୁରୁତର ରୋଗୀ ଠିକ ସମୟରେ ଚିକିତ୍ସା ସେବା ପାଇପାରୁନାହାନ୍ତି।
Ad..
ଏପରିକି ଏମ୍ବୁଲେନ୍ସ ବିଳମ୍ବରେ ଆସୁଥିବାରୁ ଦୁର୍ଘଟଣାଗସ୍ତ ଗୁରୁତର ରୋଗୀଙ୍କ ବିଳମ୍ବ ଚିକିତ୍ସା କାରଣରୁ ମୃତ୍ୟୁ ମଧ୍ୟ ହେଉଛି ।108 ଏମ୍ବୁଲେନ୍ସ ଟୋଲଫ୍ରି ନମ୍ବର କୁ ଏହାର ପ୍ରତିବାଦ କଲେ ସିଧାସଳଖ ଆପଣଙ୍କୁ ଗାଡ଼ି ଦିଆଯିବ ନାହିଁ ବୋଲି ସାଧାରଣ ଜନତାଙ୍କୁ ଦୁର୍ବ୍ୟବହାର କରୁଛନ୍ତି।
ବୁଧବାର ବରଗଡ଼ ସଦର ମହକୁମାରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ବରଗଡ଼ ଜିଲ୍ଲାରେ ଗତ ଦୁଇଦିନ ହେଲା ଲଗାଣ ବର୍ଷା ହେଉଥିବା ବେଳେ ରାସ୍ତାଘାଟ ଶୂନଶାନ ହୋଇଛି ଏଭଳି ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ନିକଟରେ ରହିଥିବା ସାଇନ୍ସ ପାର୍କ ସମ୍ମୁଖ ରାସ୍ତା କଡରେ ଜଣେ ବୃଦ୍ଧା ପଡିରହିଥିଲେ।
ବର୍ଷା ପାଣିରେ ତାଙ୍କର ଶରୀର ସମ୍ପୂର୍ଣ ଭିଜି ଧଳା ପଡିଯାଇଥିବା ବେଳେ ଜୀବିତ ଅବସ୍ଥାରେ ପିମ୍ପୁଡି ଲାଗିଯାଇଥିଲେ। ଏପରି ଏକ ସମ୍ବେଦନଶୀଳ ଘଟଣା ବିଶୟରେ ଖବର ପାଇବା ପରେ ସଂକଳ୍ପ ପରିବାରର କିଛି ସଦସ୍ୟ ଘଟଣା ସ୍ଥଳକୁ ପହଁଞ୍ଚି ପ୍ରକୃତ ଘଟଣା ବିଷୟରେ ଅବଗତ ହେବା ପରେ 108 ଆମ୍ବୁଲାନ୍ସ ସହିତ ଯୋଗାଯୋଗ କରିଥିଲେ, ମାତ୍ର ଭୁବନେଶ୍ୱର ରେ ବସିଥିବା 108 କର୍ମଚାରୀ ନିକଟରେ ଥିବା ଆମ୍ବୁଲାନ୍ସ ଯୋଗାଇ ଦେବା ପରିବର୍ତ୍ତେ ବରପାଲି ଓ ଅତାବିରା ରୁ ଆମ୍ବୁଲାନ୍ସ ଆସିବ ଏବଂ ଆପଣଙ୍କୁ ଅପେକ୍ଷା କରିବାକୁ ପଡିବ ବରଗଡ଼ ରେ ଗାଡ଼ି ନାହିଁ ବୋଲି କହିଥିଲେ।
ଘଟଣାର ପ୍ରକୃତ ସତ୍ୟା ସତ୍ୟ ଜାଣିବା ପାଇଁ ସଂକଳ୍ପ ପରିବାରର ସଦସ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ପଛଅଟେ ଆମ୍ବୁଲାନ୍ସ ଛିଡା ହେଉଥିବା ସ୍ଥାନକୁ ଯାଇ ଦେଖିବାରୁ ସେଠାରେ ଗୋଟେ ନୁହେଁ କି ଦୁଇଟା ନୁହେଁ ଚାରି ଚାରିଟି ଆମ୍ବୁଲାନ୍ସ ଛିଡା ହେଇଥିଲା।
ତେବେ ଟୋଲଫ୍ରି ନମ୍ବର କୁ ଫୋନ କରି ପୁଣି ଉକ୍ତ ସୂଚନା ବିଷୟରେ 108 କର୍ମଚାରୀଙ୍କୁ ଅବଗତ କରାଇଲା ସତ୍ୱେ ମଧ୍ୟ୍ୟ ସେ ଆପଣଙ୍କ ପାଇଁ ବରପାଲିରୁ ଗାଡି ବାହାରି ଯାଇଛି ଅପେକ୍ଷା କରନ୍ତୁ ବୋଲି କହିଥିଲେ।
କାରଣ ଏମ୍ବୁଲେନ୍ସ ଯେତିକି କିଲୋମିଟର ଯିବ କମ୍ପାନୀ ସେତିକି ପଇସା ପାଇବ। ଲାଭଖୋର କମ୍ପାନୀ ଦୁଇ ପଇସା ଅଧିକ ରୋଜଗାର ପାଇ ସାଧାରଣ ଲୋକଙ୍କ ଜୀବନ ସହିତ ଖେଳ ଖେଳୁଛି ଏବଂ ଅଧିକ ଦୂରତାରୁ ଏମ୍ବୁଲେନ୍ସ ପଠାଉଛି ଯାହା ରୋଗୀଙ୍କ ପାଇଁ କାଳ ହେଉଛି ।
ଏଭଳି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନର ଦୃଷ୍ଟିଗୋଚର ହେଉନାହିଁ ଯାହା ଧୀରେ ଧୀରେ ଜନ ଆକ୍ରୋଶରେ ପରିବର୍ତ୍ତନ ହେଉଛି। କେଉଁଦିନ ସାଧାରଣ ଜନତା ଓ 108 କର୍ମଚାରୀଙ୍କ ମଧ୍ୟରେ କୌଣସି ବଡ଼ ଧରଣର ଘଟଣା ଘଟିଯିବ ଏହାକୁ ଏଡାଇ ଦିଆଯାଇନପାରେ। ଯାହାକି ସରକାର ଙ୍କୁ ନିଶ୍ଚିତ ଓ ବିନା ଜାଣତରେ ବଦନାମ ହେବାକୁ ପଡିବ।
Report : Bijay ku sahu
Edited by k.s thakur...



