ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କଲେ ପୁଲିସ ଡିଜି ୱାଇ.ବି. ଖୁରାନିଆ...
ପୁରୀ,୨୫/୦୬ : ପାଖେଇ ଆସିଲା ରଥଯାତ୍ରା। ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଚଳିତବର୍ଷ ରଥଯାତ୍ରାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବା ସମ୍ଭାବନା ରହିଛି। ତେଣୁ ଶାନ୍ତିଶୃଙ୍ଖଳା ରକ୍ଷା, ଭକ୍ତଙ୍କ ସୁରକ୍ଷା ପାଇଁ ପୁଲିସ ପକ୍ଷରୁ ଟାଉନ ହଲ୍ ପରିସରରେ ଗୁରୁବାର ବୈଠକ ଅନୁଷ୍ଠିତ ହୋଇଯାଇଛି।
Ad..
ଏଥିରେ ପୁଲିସ ମହାନିର୍ଦ୍ଦେଶକ ପ୍ରମୁଖ ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଅନ୍ୟ ଅଧିକାରୀ ଏବଂ କର୍ମଚାରୀଙ୍କୁ ସମ୍ବୋଧିତ କରିଛନ୍ତି। ବିଶେଷକରି ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା, ଟ୍ରାଫିକ ସୁପରିଚାଳନାକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି।
Ad..
ସୁରକ୍ଷା ସହିତ ସମାନ ଭାବେ ଶ୍ରଦ୍ଧାଳୁମାନଙ୍କୁ ଉତ୍ତମ ସେବା ଯୋଗାଇଦେବା। ସମସ୍ତେ ଯେପରି ଶ୍ରୀକ୍ଷେତ୍ର ମାଟିରୁ ଭଲ ଅନୁଭୂତି ନେଇ ଫେରିବେ ବୋଲି ପରାମର୍ଶ ଦେଇଛନ୍ତି ପୁଲିସ ଡିଜି ୱାଇ.ବି. ଖୁରାନିଆ। ସେହିପରି ଭିଡ଼ ନିୟନ୍ତ୍ରଣ ସମୟରେ ଆଚରଣ ଏବଂ ଉଚ୍ଚାରଣରେ ସଂଯମତା ରକ୍ଷା କରିବା ପାଇଁ କୁହାଯାଇଛି।
ଏତଦ୍ବ୍ୟତୀତ କୌଣସି ଅଘଟଣକୁ ପ୍ରତିହତ କରିବା ପାଇଁ ସ୍ୱତନ୍ତ୍ର ପ୍ଲାନ ସହ ଟ୍ରାଫିକ ବ୍ୟବସ୍ଥାର ସୁପରିଚାଳନା ଲାଗି ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା। ଡିଜି ମଧ୍ୟ ବିଭାଗ ପକ୍ଷରୁ ହୋଇଥିବା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।
ବୈଠକ ଶେଷରେ ଡିଜିପି ଶ୍ରୀ ଖୁରାନିଆ କହିଛନ୍ତି, ରଥଯାତ୍ରା କିପରି ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ ହେବ ତାହାକୁ ଉପରେ ପୁଲିସ ଫୋକସ ଦେଇଛି। ଅଧିକାରୀମାନଙ୍କୁ ସେମାନଙ୍କ ଦାୟିତ୍ୱ ଏବଂ କର୍ତ୍ତବ୍ୟ ପ୍ରତି ସଚେତନ କରାଯାଇଛି। ଆଚରଣ, ଉଚ୍ଚାରଣ ପ୍ରତି ସମସ୍ତେ ସଂଯମତା ରକ୍ଷା କରିବେ।
ଶ୍ରଦ୍ଧାଳୁଙ୍କ ପ୍ରତି ଭଲ ବ୍ୟବହାର ପାଇଁ ପରାମର୍ଶ ଦିଆଯାଇଛି। ତେବେ ଗତବର୍ଷ ତୁଳନାରେ ଏ ବର୍ଷ ଅଧିକ ପୋଲିସ ବ୍ୟବସ୍ଥା କରାଯିବ। ବିଭାଗ ତରଫରୁ ସବୁ ପ୍ରସ୍ତୁତି ଶେଷ ହୋଇଛି। ୮ ଟି ଭାଗରେ ସୁରକ୍ଷା ଓ ଶୃଙ୍ଖଳା ବ୍ୟବସ୍ଥାକୁ ବିଭକ୍ତ କରାଯାଇଛି।
ଟ୍ରାଫିକ୍, ମନ୍ଦିର ଇନର୍, ମନ୍ଦିର ଆଉଟ୍ଡୋର, ଇନର୍ କର୍ଡ଼ନ,କ୍ରାଉଡ କଣ୍ଟ୍ରୋଲ ଆଦିକୁ ନେଇ ହୋଇଛି ବ୍ୟବସ୍ଥା। ନୂଆକରି ଇଣ୍ଟିଗ୍ରେଟେଡ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା ହୋଇଛି। ୨୭୫ଟି ଏଆଇ କ୍ୟାମେରା ନଜରରେ ରହିଛି ଶ୍ରୀକ୍ଷେତ୍ର।
ଉତ୍ତରାରୁ ପୁରୀ, ପୁରୀରୁ କୋଣାର୍କ ସିସିଟିଭି ଆଚ୍ଛାଦିନ ରହିବ। ଲାଇଭ ଫିଡ୍କୁ ଦେଖି କଣ୍ଟ୍ରୋଲ ହେବ। ସବ୍ କଣ୍ଟ୍ରୋଲ ରୁମ୍ରୁ ମଧ୍ୟ କଣ୍ଟ୍ରୋଲ କରାଯିବ। ଟ୍ରାଫିକ ମୋମେଣ୍ଟ ପାଇଁ ସ୍ୱତନ୍ତ୍ର ପ୍ଲାନ୍ ରହିବ। ଆଣ୍ଟି ଡ୍ରୋନ ସିଷ୍ଟମ, ଆଣ୍ଟି ସାବୁଟେଜ, ଡଗ୍ ସ୍କ୍ୱାଡ୍ ମୁତୟନ ହେବେ। ବିଏସ୍ଏଫ, ସିଆରପିଏଫ୍, ଆରଏଏଫ୍କୁ ମିଶାଇ ୮ କମ୍ପାନୀ ଫୋର୍ସ ରହିବେ।
ତଟ ସୁରକ୍ଷା ପାଇଁ ମେରାଇନ, କୋଷ୍ଟଗାର୍ଡ, ନ୍ୟାଭି ମିଳିତ ପାଟ୍ରୋଲିଂ କରିବେ। ଏରିୟଲ ସର୍ଭେ ହେବା ସହ ଆକାଶ ମାର୍ଗରୁ ତୀକ୍ଷ୍ମ ନଜର ରଖାଯିବ। ଟ୍ରାଫିକ ନିର୍ଦ୍ଦେଶାବଳୀ ମଧ୍ୟ ଜାରି ହୋଇଛି। ପୁରୀକୁ ଦର୍ଶନ କରିବା ପାଇଁ ଆସୁଥିବା ସମସ୍ତ ପର୍ଯ୍ୟଟକ ବା ଯାତ୍ରୀ ଏହାକୁ ଅନୁସରଣ କରିବାକୁ ଡିଜି ଅନୁରୋଧ କରିଛନ୍ତି।
ରୁଟ ମ୍ୟାପ୍ ଏବଂ କେଉଁଠି ସଠିକ ଭାବେ ପାର୍କିଂ କରିହେବ ସେଥିଲାଗି ଚାଟ୍ବୋଟ ଆପ୍ ବ୍ୟବସ୍ଥା ହୋଇଛି। ଝବଲର ବଦ୍ଭୟ ଗ୍ଦରମଙ୍କକ୍ସର ରଥଯାତ୍ରା ପାଇଁ ପୋଲିସ ତରଫରୁ ହୋଇଛି ବ୍ୟାପକ ବ୍ୟବସ୍ଥା। ୧୦ ହଜାର ପୋଲିସ, ସିଏପିଏଫ୍, ହୋମଗାର୍ଡ ମୁତୟନ ରହିବେ। ପ୍ରଥମ ଥର ପାଇଁ ରଥଯାତ୍ରାରେ ଏନ୍ଏସଜି ସ୍ନାଇପର ମୁତୟନ ହେବେ ବୋଲି ଡିଜି କହିଛନ୍ତି।
Edited by k.s thakur...



