ଜିଲ୍ଲାର ସମସ୍ତ ପଞ୍ଜିକୃତ ଚାଷୀଙ୍କ ଧାନ କିଣିବାକୁ ଓ ଧାନ ସଂଗ୍ରହ ସମୟ ସୀମା ବୃଦ୍ଧି କରିବାକୁ ଦାବୀ କଲା ଆମ୍ ଆଦମୀ ପାର୍ଟି...

ଜିଲ୍ଲାର ସମସ୍ତ ପଞ୍ଜିକୃତ ଚାଷୀଙ୍କ ଧାନ କିଣିବାକୁ ଓ ଧାନ ସଂଗ୍ରହ ସମୟ ସୀମା ବୃଦ୍ଧି କରିବାକୁ ଦାବୀ କଲା ଆମ୍ ଆଦମୀ ପାର୍ଟି...


ବରଗଡ଼,୨୬/୦୬ : ବରଗଡ ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଅନ୍ତିମ ପର୍ଯ୍ୟାୟ ରେ ଥିବା ବେଳେ ବର୍ତମାନ ସୁଦ୍ଧା ୮ ହଜାର ଚାଷୀଙ୍କ ୫ ଲକ୍ଷ କୁଇଣ୍ଟାଲ ଧାନ ଏବେ ବି ଅକିଣା ହୋଇ ପଡ଼ି ରହିଛି। 

Ad..


ଜୁନ 30 ତାରିଖ ସୁଦ୍ଧା ରବି ଧାନ ସଂଗ୍ରହ ର ଶେଷ ତାରିଖ ଥିବାରୁ ଏହାକୁ ନେଇ ଚାଷୀ ମାନଙ୍କ ମନ ରେ ଶଙ୍କା ସୃଷ୍ଟି ହେଉଛି ଏହି ପ୍ରସଙ୍ଗ କୁ ନେଇ ଆମ୍ ଆଦମୀ ପାର୍ଟି ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ଦିଆଯାଇଛି ଯେଉଁ ଥିରେ ଉଲ୍ଲେଖ ଅଛି ଯେ ଜିଲ୍ଲାର ସମସ୍ତ ପଞ୍ଜିକୃତ ଚାଷୀଙ୍କ ଧାନ ତୁରନ୍ତ କିଣା ଯାଉ ଓ ସମୟ ସୀମା ବୃଦ୍ଧି କରାଯାଉ। 

        Ad..


ରାଜ୍ୟ ସମ୍ପାଦକ ଭବାନୀ ସାହୁ ଙ୍କ ସମେତ ଜିଲ୍ଲା ସଭାପତି ଯଦୁମଣି ପ୍ରଧାନ, ମହିଳା ନେତ୍ରୀ ମାରିୟମ ବାର୍ଲା, ଯୁବ ନେତା ପୌଲସ୍ତ୍ୟ ସାହା, ଅସିତ ସାହୁ ଓ ଅନ୍ୟମାନେ ଉପସ୍ଥିତ ରହି ଅତିରିକ୍ତ ଜିଲ୍ଲାପାଳଙ୍କୁ ଏହି ଦାବୀ ପତ୍ର ଦେଇଥିଲେ। 

ଯଦି ସରକାର ଚାଷୀଙ୍କ ଧାନ କିଣା ରେ ଟାଳଟୁଳ ନୀତି କରିବେ ତା ହେଲେ ଚାଷୀ ଅସନ୍ତୋଷ ବ୍ୟାପକ ହେଵ ଯାହା ପାଇଁ ସରକାର ଓ ପ୍ରଶାସନ ଦାଈ ରହିବ ବୋଲି ଶ୍ରୀ ଭବାନୀ ସାହୁ କହିଛନ୍ତି।



Report : Bijay ku sahu

Edited by k.s thakur...



Post a Comment

Previous Post Next Post