ବିଶ୍ବ ଯୋଗ ଦିବସ ଅବସରରେ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ...
ବରଗଡ଼,୧୨/୦୬ : ଗତକାଲି ବୁଧବାର ଦିନ ସ୍ଥାନୀୟ ଜିଲ୍ଲା ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ରେ ସାମୂହିକ ବ୍ରହ୍ମନାଦ ସହ ସଭାପତି ପ୍ରମୋଦ ଝାଙ୍କର ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ସଭାରେ ଆଗାମୀ ବିଶ୍ଵ ଯୋଗ ଦିବସ ପାଇଁ ଅବଗତ କରାଇଥିଲେ।
Ad..
ସଭା ରେ ଅନେକ ଗୁରୁତ୍ୱ ପୁର୍ଣ ବିଶେଷ ଆଲୋଚନା ହୋଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।ଯଥା ସଂଘ ସଭାସ୍ଥଳୀ ଉଦଘାଟନ, ବିଶ୍ୱ ଯୋଗ ଦିବସରେ ସ୍ୱାସ୍ଥ୍ୟ ପରୀକ୍ଷା ତଥା ପରାମର୍ଶ ଶିବିର, ବରଗଡ଼ର ସର୍ବ ପୁରାତନ ରାଜ ପାଥୋ କ୍ଲିନିକରେ ଆୟୋଜନ, ମାଗଣା ଆୟୁଷ୍ମାନ ରେଜିଷ୍ଟ୍ରସନ ଶିବିର,"ବିଶ୍ୱ ବରିଷ୍ଠ ହତାଦର ସଚେତନତା ଦିବସ 15.6.25" ଦିନ ଏଗାର ଟାରେ ବରଗଡ଼ ପୋଲିସ ଅଧିକ୍ଷକ ଙ୍କୁ ପରିଚୟ ପତ୍ର ପାଇଁ ଓ ...
Ad..
ବରଗଡ଼ ମୁନିସିପାଲିଟି ର କାର୍ୟନିର୍ବାହୀ ଅଧିକାରୀଙ୍କୁ ଭାରତୀ ନଗର ପ୍ଲଟ ଆବଣ୍ଟନର ପତ୍ର ପାଇଁ ମିଳିତ ଭାବେ ସାମୁହିକ ଦେଖା କରିବା, ଅବଦାନ ଓ ସି ଏସ ଆର ବିନିଯୋଗ ତାଲିମ,ସମ୍ବଲପୁର ରେ AISSCON ବାର୍ଷିକ ସାଧାରଣ ସଭା ଆୟୋଜନ ରେ ସହଯୋଗ ଆଦି ଅନେକ ପ୍ରସ୍ତାବ ପାରିତ ହେଲା ।
କାର୍ଯକ୍ରମ ପୂର୍ବରୁ ଏହି ମାସରେ ସ୍ବର୍ଗବାସ ହୋଇଥିବା ଆମର ଆଜୀବନ ସଦସ୍ୟ ବିବେକାନନ୍ଦ ମିଶ୍ର ଓ ଶ୍ରୀମତୀ କୁମୁଦିନୀ ମହାପାତ୍ର ( ଆଜୀବନ ସଦସ୍ୟ ସ୍ବର୍ଗତ ନବୀନ କୁମାର ମହାପାତ୍ର ଙ୍କ ଧର୍ମପତ୍ନୀ ) ତଥା ପୂର୍ବତନ ମନ୍ତ୍ରୀ ତଥା ରେଢ଼ାଖୋଲ ବିଧାୟକ ପ୍ରଶନ୍ନ ଆଚାର୍ଯ୍ୟ ଙ୍କ ଧର୍ମ ପତ୍ନୀ ଚାରୁଶିଳା ଆଚାର୍ଯ୍ୟ ଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ ପୂର୍ବକ ତାଙ୍କ ଆତ୍ମାର ସଦଗତି ପାଇଁ ଏକ ମିନିଟ ନୀରବ ପାର୍ଥନା କରାଯାଇଥିଲା।
ଆଜିର ବୈଠକରେ ସର୍ବଶ୍ରୀ ସୁଶୀଲ ମହାପାତ୍ର, ଗୈାରଚନ୍ଦ୍ର କର, ଭାରତ ଭୂଷଣ ଦାଶ, ପ୍ରଶନ୍ନ ପ୍ରଧାନ, ସ୍ବାଧୀନ ମହାରଣା, ପ୍ରଦୀପ ସାହୁ, ଲୋକନାଥ ଆଚାର୍ଯ୍ୟ, ଦେବୀ ପଟ୍ଟନାୟକ, ଗୋବିନ୍ଦ ଦାଶ,ଲମ୍ବୋଦର ମିଶ୍ର ଓ ଆହୁରି ଅନେକ ଯୋଗ ଦେଇଥିଲେ ଶେଷରେ କେଦାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
Report : Bijay ku sahu
Edited by k.s thakur...



