ଅନାସ୍ଥା ପ୍ରସ୍ତାବ ଆଗତ ର ଦିନକ ପୂର୍ବରୁ ତୋରା ରେ ବଡ ଧରଣର ରାଜନୈତିକ ପରିବର୍ତ୍ତନ...
ବରଗଡ଼,୨୪/୦୬ : ଅନାସ୍ଥା ପ୍ରସ୍ତାବ ଆଗତ ର ଦିନକ ପୂର୍ବରୁ ବରଗଡ଼ ବିଧାନସଭା ଅନ୍ତର୍ଗତ ତୋରା ଗ୍ରାମ ରେ ହୋଇଛି ବଡ ଧରଣର ରାଜନୈତିକ ପରିବର୍ତ୍ତନ।
Ad..
ତୋରା ଗ୍ରାମ ପଞ୍ଚାୟତରେ ସରପଞ୍ଚଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା ପ୍ରସ୍ତାବର ଭୋଟ୍ ଗ୍ରହଣର ଦିନକ ପୂର୍ବରୁ ଆଜି ଗ୍ରାମ ପଞ୍ଚାୟତର ସମସ୍ତ ୧୬ ଜଣ ୱାର୍ଡ଼ ମେମ୍ବର ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଛନ୍ତି।
Ad..
ସମସ୍ତ ସଭ୍ୟ ନିଜ ଅଞ୍ଚଳ ର ସ୍ୱାର୍ଥ ତଥା ବିକଶିତ ଗ୍ରାମ ବିକଶିତ ବରଗଡ଼ ର ସ୍ଲୋଗାନ ରେ ପ୍ରଭାବିତ ହୋଇ ବରଗଡ଼ ର ମାନ୍ୟବର ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଙ୍କ ବାସଭବନ କୁ ଯାଇ ଯୋଗଦାନ କରିଥିଲେ ।ତୋରା ଗ୍ରାମ ପଞ୍ଚାୟତ ର ସମସ୍ତ ୧୬ ଜଣ ୱାର୍ଡ ମେମ୍ବର ଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ।
ସେମାନେ ଏକତା, ସମନ୍ୱୟ ଓ ସଂଯୁକ୍ତ ଦୃଷ୍ଟିକୋଣ ସହିତ ଗ୍ରାମ ପଞ୍ଚାୟତର ସୁସଂଗଠିତ ଓ ଅବିରତ ବିକାଶ ପାଇଁ ପ୍ରତିଶୃତିବଦ୍ଧ। ଏହି ଏକତା ତୋରା ଗ୍ରାମ ପଞ୍ଚାୟତର ଉନ୍ନତି ଓ ପରିବର୍ତ୍ତନରେ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ବିଧାୟକ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ।
Report : Bijay ku sahu
Edited by k.s thakur...



