ପ୍ରଶାସନ ର ସମୀକ୍ଷା ଅଭାବରୁ ନୂତନ ଉପ ସ୍ବାସ୍ଥ୍ୟ କେନ୍ଦ୍ର ଅଚଳ...
(ଶୁଭାରମ୍ଭ ର ମାସେ ପରେ ମଧ୍ୟ ଅନ୍ଧାରରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର )
ବରଗଡ଼,୧୩/୦୬ : ପ୍ରତି ଗାଁ ଓ ଲୋକଙ୍କ ସ୍ବାସ୍ଥ୍ୟ ସେବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ସ୍ବାସ୍ଥ୍ୟ କେନ୍ଦ୍ର ଓ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସ୍ବାସ୍ଥ୍ୟ ଉପ କେନ୍ଦ୍ର ତିଆରି କରି ସ୍ବାସ୍ଥ୍ୟ ସେବା ଯୋଗାଇ ଦେଉଥିବା ବେଳେ ବିଭିନ୍ନ ସମସ୍ୟା ଯୋଗୁଁ ଠିକ୍ ଭାବରେ ସ୍ବାସ୍ଥ୍ୟ କେନ୍ଦ୍ର ପରିଚାଳନା...
Ad..
ହୋଇ ପାରୁନଥିବା ଓ ଜିଲ୍ଲା ପ୍ରଶାସନ ଅଧିକାରୀମାନେ ଠିକ୍ ଭାବରେ ସମିଖ୍ଯା କରୁନଥିବା ରୁ ବେଳେ ବେଳେ ସରକାର ଙ୍କୁ ବଦନାମ ହେବାକୁ ପଡୁଛି। ଏଭଲି ଏକ ଅବହେଳା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ପଦ୍ମପୁର ସହରର ମାତ୍ର ତିନି କିଲୋମିଟର ଦୂର ଗଡଭାଟି ଗାଁ ରେ।
Ad..
ସରକାର ଙ୍କ ଦ୍ବାରା କୋଟି କୋଟି ଟଙ୍କା ଖର୍ଚ୍ଚ କରି ତିଆରି ହୋଇଛି ସ୍ବାସ୍ଥ୍ୟ ଉପ କେନ୍ଦ୍ର। ଗଡଭାଟି ଗାଁ ର ଲୋକଙ୍କୁ ଚିକିତ୍ସା ସୁବିଧା ନିମନ୍ତେ ଗତ ଏକ ମାସ ତଳେ ନୂତନ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଉପ ସ୍ବାସ୍ଥ୍ୟ କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି।
ନୂତନ ଉପ ସ୍ବାସ୍ଥ୍ୟ କେନ୍ଦ୍ର ରେ ବିଦ୍ୟୁତ ସଂଯୋଗ ହେଉନଥିବାରୁ ସେଠାରେ ଜରୁରୀ ଓ ଗୁରୁତ୍ବପୂର୍ଣ୍ଣ ଚିକିତ୍ସା ଯୋଗାଇଦେବା ରେ ସମସ୍ୟା ହେଉଛି ଫଳରେ ଲୋକଙ୍କ ଅସନ୍ତୋଷ ବଢ଼ିବାରେ ଲାଗୁଛି। ଲୋକ ଙ୍କୁ ଗାଁ ରେ ଚିକିତ୍ସା ଯୋଗାଇଦେବା ପାଇଁ ସରକାର ଙ୍କ ସୁବିଧା ସୁଯୋଗ ବାଟବଣା ହୋଇଛି।
ବିଦ୍ୟୁତ ସେବାର ସୁବିଧା ହୋଇନଥିବା ରୁ ଅସୁବିଧାର ସମ୍ମୁଖୀନ ହୋଇ ଉକ୍ତ କେନ୍ଦ୍ର କୁ ବନ୍ଦ କରାଯାଉ ବୋଲି ଅସନ୍ତୋଷ ପ୍ରକଟ ହେଉଥିବା ବେଳେ ବିଦ୍ୟୁତ ସଂଯୋଗ ନ ହୋଇ କାହିଁକି ଶୁଭାରମ୍ଭ କରାଗଲା ବୋଲି ପ୍ରଶ୍ନ ଉଠାଉଛନ୍ତି ସ୍ଥାନୀୟ ଲୋକେ।
ସରକାରୀ ସ୍ତରରେ ବିଦ୍ୟୁତ ସଂଯୋଗ ଯଥାଶୀଘ୍ର କରାନଗଲେ ଉପ କେନ୍ଦ୍ର କୁ ସଂପୂର୍ଣ୍ଣ ବନ୍ଦ୍ କରିବେ ଲୋକମାନେ ବୋଲି ପଦ୍ମପୁର ଉପଜିଲ୍ଲାପାଳ ଙ୍କୁ ମୋଖିକ ଜଣାଇଥିବା ଜଣା ପଡିଛି।
ଏପଟେ ସ୍ବାସ୍ଥ୍ୟ ମନ୍ତ୍ରୀ ବରଗଡ଼ ଜିଲ୍ଲା ସଂଗଠନ ଦାୟିତ୍ଵ ରେ ଅଛନ୍ତି ଓ ପଦ୍ମପୁର ଠାରେ ତାଙ୍କ ଘର ଥିବାରୁ ବାରମ୍ବାର ପଦ୍ମପୁର ଗସ୍ତ କରୁଥିଲେ ମଧ୍ୟ ଏଥିପ୍ରତି ଗୁରୁତ୍ବ ଦେଉନଥିବା ରୁ ସ୍ବାସ୍ଥ୍ୟ ମନ୍ତ୍ରୀ ଙ୍କ ପ୍ରତି ମଧ୍ୟ ଅସନ୍ତୋଷ ରହିଛି ।ଅଚଳ ହୋଇ ପଡ଼ିଥିବା ନୂତନ ଉପ ସ୍ବାସ୍ଥ୍ୟ କେନ୍ଦ୍ର କୁ କାର୍ଯ୍ୟ ଖ୍ଯମ କରିବା ପାଇଁ ଜିଲ୍ଲା ପ୍ରଶାସନ ତତ୍ପର ପ୍ରକାଶ କରିବା ପାଇଁ ଦାବି ହେଉଛି।
Report : Bijay ku sahu
Edited by k.s thakur...



