ବଡ଼ ନଦୀକୁ ଛାଡ଼ି ଦେଲେ ଛୋଟ ନଦୀନାଳ ଉପରେ ବି ବାଲି ମାଫିଆଙ୍କ ଲୋଲୁପ ଦୃଷ୍ଟି, ପ୍ରଶାସନ ନୀରବଦ୍ରଷ୍ଟା...

ବଡ଼ ନଦୀକୁ ଛାଡ଼ି ଦେଲେ ଛୋଟ ନଦୀନାଳ ଉପରେ ବି ବାଲି ମାଫିଆଙ୍କ ଲୋଲୁପ ଦୃଷ୍ଟି , ପ୍ରଶାସନ ନୀରବଦ୍ରଷ୍ଟା...


ବଲାଙ୍ଗୀର,୨୧/୦୫ : ଖରା ବଢ଼ିବା ସାଙ୍ଗକୁ ବାଲିଚାଲାଣ ଜୋର୍‌ସୋର୍‌ ଚାଲିଛି। ତେଲ, ଅଙ୍ଗ, ସୁକତେଲ୍‌, ଲାନ୍ଥ ଭଳି ବଡ଼ ନଦୀକୁ ଛାଡ଼ି ଦେଲେ ଛୋଟ ନଦୀନାଳ ଉପରେ ବି ବାଲି ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି। ଦେଓଗାଁ ବ୍ଲକ୍‌ ତୁଷୁରା ଦେଇ ପ୍ରବାହିତ ସୋନଗଡ଼ ନଦୀ ବାଲି ଚୋରଙ୍କ ଗଡ଼ ପାଲଟିଛି।

            Ad..


ଏଠାରେ ଖୁଲମଖୁଲା ବାଲି ଚୋରଙ୍କ ମେଳା ଲାଗୁଛି। ଉପରଝର-ତୁଷୁରା ରାସ୍ତା ଖର୍ଡ଼ାସ୍ଥିତ ସୋନଗଡ଼ ନଦୀ ପୋଲର ଉଭୟ ପାର୍ଶ୍ବରେ ଅହରହ ବାଲି ଖନନ ଚାଲିଛି। ତାହା ପୁଣି ସ୍ପଷ୍ଟ ଦିବାଲୋକରେ ଓ ବ୍ରିଜ୍‌ର ଅତି ନିକଟରେ। ପୋଲର ସୁରକ୍ଷା ଦୃଷ୍ଟିରୁ ଏହାର ଉଭୟ ପାର୍ଶ୍ବର ୨ଶହ ମିଟର ଭିତରେ ବାଲି ଉଠାଇବାକୁ ନିୟମ ନାହିଁ। କିନ୍ତୁ ଏହି ନିୟମକୁ ବାଲିଚୋର ମାନୁନାହାନ୍ତି। ବଲାଙ୍ଗୀର ପଟୁ ଡମ୍ପରଗୁଡ଼ିକ ଏଠାରୁ ବାଲି ନେଇ ସହର ଉପକଣ୍ଠ ଅଞ୍ଚଳକୁ ଆସୁଛନ୍ତି।

          Ad..


ଏହି କାରବାର ପ୍ରତିଦିନ ଖୋଲାଖୋଲି ଚାଲୁଥିଲେ ହେଁ ପ୍ରଶାସନିକ ସ୍ତରରେ କିଛି ପଦକ୍ଷେପ ନିଆଯାଉ ନାହିଁ। ସୋନଗଡ଼ ନଦୀର ସବୁ ସ୍ଥାନରେ ଏଭଳି ବେଆଇନ ବାଲି ଖନନ ଚାଲିଛି। ଦିନତମାମ ଘାଟକୁ ଟ୍ରାକ୍ଟର ଆସୁଛି। ଜେସିବି ବାଲି ଖୋଳୁଛି। ଜରାସିଂହା ନିକଟ ସାଲେପାଲି, ମହିପୁର ଅଞ୍ଚଳରେ ବାଲି ମାଫିଆମାନେ ବର୍ଷତମାମ ସକ୍ରିୟ ରହିଛନ୍ତି। 

ନଦୀ ପାର୍ଶ୍ବରେ କ୍ୟାମ୍ପ ଅଫିସ୍‌ ଯାଏଁ ଅସ୍ଥାୟୀ ରାସ୍ତା ବି ନିର୍ମାଣ ହୋଇଛି। ଯାହା ମୁଖ୍ୟ ସଡ଼କକୁ ସଂଯୋଗ ହୋଇଛି। ଟାଣ ଖ‌ରାରେ ଅଧିକାରୀମାନେ ଦପ୍ତରରେ ରହୁଛନ୍ତି। କିନ୍ତୁ ମାଫିଆମାନେ ‌ଘାଟରେ ରହି ବାଲି ଉଠାଇବାରେ ବ୍ୟସ୍ତ। ବର୍ଷବର୍ଷ ଧରି ବେଆଇନ ବାଲିଚାଲାଣ ଚାଲିଥିଲେ ହେଁ ଏଥିରେ କୌଣସି ପ୍ରକାରେ ଅଙ୍କୁଶ ଲାଗି ପାରୁନାହିଁ।




Edited by k.s thakur...




Post a Comment

Previous Post Next Post