ଇଣ୍ଡିଆ ବୁକ ଅଫ ରେକର୍ଡସ ରେ ସ୍ଥାନ ପାଇଲେ ରଞ୍ଜନ ସାଗର...
ବରଗଡ,୧୭/୦୫ : ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଗୁଦେର ପାଲି ଗ୍ରାମ ର ରଞ୍ଜିତ ସାଗର ଏବଂ ସୁମିତ୍ରା ସାଗରଙ୍କର ପୁଅ ରଞ୍ଜନ ସାଗର ଯିଏ କି ଏକାଧାରରେ ଜଣେ ବହୁଭାଷୀ କବି,ହାସ୍ୟଲେଖକ,ଗୀତିକାର ଏବଂ ସାମାଜିକ କର୍ମୀ ଭାବରେ ବେଶ ପରିଚିତ।
Ad..
ବିଭିନ୍ନ ଭାଷାରେ ବହୁତ ଗୁଡିଏ କବିତା ଲେଖି ତଦସଙ୍ଗେ 51 ଗୋଟି ସାର୍ଟିଫିକେଟ ପାଇଁ ଯେଉଁଥିରେ ଅଧିକାଂଶ ବିଦେଶୀ ସାହିତ୍ୟିକ ଅନୁଷ୍ଠାନ ରୁ ହାସିଲ କରି ଇଣ୍ଡିଆ ବୁକ ଅଫ ରେକର୍ଡସ 2025 ରେ ସ୍ଥାନ ଟିଏ ହାସଲ କରିଛନ୍ତି ରଞ୍ଜନ ସାଗର।
ତାଙ୍କର ଅଭିନଵ ଲେଖା ମାଧ୍ୟମରେ ଆନ୍ତର୍ଜାତିକ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଟିଏ ତିଆରି କରିସାରିଲେଣି ତାଙ୍କର ଲେଖା ବିଦେଶୀ ସାହିତ୍ୟିକ ପତ୍ରିକା ଇଟାଲୀ, ୟୁଏସଏ, ଜର୍ମାନୀ, ସ୍ପେନ, ବୋସନିଆ, ହର୍ଜେଗୋଭିନା ତଥା ଚୀନ, ନିୟୁଅର୍କ, ଢାକା, ବାଂଲାଦେଶ ଖବର କାଗଜରେ ତାଙ୍କରି ଲିଖିତ ଇଂରାଜୀ କବିତା ସ୍ଥାନ ପାଇକି ତାହା ବିଶ୍ୱ ପ୍ରଗତୀ କ୍ଷେତ୍ରରେ ସହାୟ।
ତାଙ୍କର କବିତା ହେଉ କି ବ୍ୟଙ୍ଗ କାହାଣୀ ତାହା କେବଳ ଲୋକଙ୍କର ମନୋରଞ୍ଜନ ପାଇଁ ସୀମିତ ନୁହେଁ ବରଂ ଏଥିରେ ସାମାଜିକ ବାର୍ତ୍ତା ରହିଥାଏ।ରଞ୍ଜନ ଓଡିଶାର ପଶ୍ଚିମାଞ୍ଚଲ ର ନାମିଦାମୀ ପ୍ରଯୋଜକ ସଂସ୍ଥା -ପାଣିନୀ ପ୍ରାଜ୍ଞ ପ୍ରଡକ୍ସନ,ଯୋଯୋ ଯେ 5 ପ୍ରଡକ୍ସନ, ମି. ଡୋଲୁ କମେଡି, ମି. ଚାନ୍ଦ କମେଡି ଆଦି ସୁନାମଧନ୍ୟ ପ୍ରଡକ୍ସନ ରେ ହାସ୍ୟ ଲେଖକ ଭାବରେ କାମ କରିଛନ୍ତି।
ଲେଖନୀ ବ୍ୟତୀତ ସେ ସମାଜରେ ଅବହେଳିତ ନିଷ୍ପେସିତ ଲୋକଙ୍କୁ ସମାଜର ମୁଖ୍ୟ ସ୍ରୋତ ରେ ସାମିଲ କରିବା ଲକ୍ଷ୍ୟ ନେଇ ସମାଜ ସେବା କାର୍ଯ୍ୟ ମଧ୍ୟ କରନ୍ତି। ନିଜର ଲେଖା ପାଇଁ ସେ ପଶ୍ଚିମ ଓଡିଶା ଓଡିଶା ତଥା ଭାରତ ବାହାର ଦେଶ ଦକ୍ଷିଣ ଆଫ୍ରିକା, କେନିଆ, ଚିତାଗଙ୍ଗ ଦେଶରେ ସାହିତ୍ୟ କ୍ଷେତ୍ରର ଅବଦାନ ପାଇଁ ବହୁତ ଗୁଡିଏ ସାର୍ଟିଫିକେଟ ମଧ୍ୟ ହାସଲ କରିଛନ୍ତି।
ଇଣ୍ଡିଆ ବୁକ ଅଫ ରେକର୍ଡସ ପାଇଲା ପରେ ତାଙ୍କୁ ବିଭିନ୍ନ ସାହିତ୍ୟିକ ମହଲ ରୁ ଶୁଭେଚ୍ଛା ଆସୁଅଛି। ଏହି ସଫଳତା ର ଶ୍ରେୟ ସେ ନିଜ ପିତାମାତା ନିଜର ପରିବାର ଗୁରୁଜନ ଙ୍କୁ ଦେଉଛନ୍ତି। ନିଜ ଉପରେ ଭରସା ରଖିଲେ ସବୁକିଛି ହେଇ ପାରିବ ବଲି ସେ କହିଛନ୍ତି।
Report : Bijay ku sahu
Edited by k.s thakur...



