ସର୍ବୋପରି ରାଷ୍ଟ୍ର ଗଠନ ଆମର ମୁଖ୍ୟ ଲକ୍ଷ୍ୟ -ମୁଖ୍ୟ ଅତିଥି...

ସର୍ବୋପରି ରାଷ୍ଟ୍ର ଗଠନ ଆମର ମୁଖ୍ୟ ଲକ୍ଷ୍ୟ -ମୁଖ୍ୟ ଅତିଥି...


ପଦ୍ମପୁର,୦୧/୦୫ : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ଆଜି ପ୍ରାଦେଶିକ ଆଚାର୍ଯ୍ୟ ପ୍ରଶିକ୍ଷଣ ୨୦୨୫  ପ୍ରାରମ୍ଭରେ ଜ୍ଞାନ ଯଜ୍ଞ ପରେ ମାନ୍ୟବର ବରଗଡ଼ ସାଂସଦ ଶ୍ରୀଯୁକ୍ତ ପ୍ରଦୀପ କୁମାର ପୁରୋହିତ ଙ୍କ କର କମଳରେ ଉଦଘାଟନ କରି ସର୍ବୋପରି ରାଷ୍ଟ୍ର ଗଠନ କରିବା ପାଇଁ ସମର୍ପିତ ମନୋଭାବ ରଖିବା ଆମର ଲକ୍ଷ୍ୟ ହେଉ ର ବାର୍ତ୍ତା ପ୍ରଦାନ କରିଥିଲେ। 

Ad..


ମୁଖ୍ୟ ବକ୍ତା ଭାବେ ପୂର୍ବତନ ଯୁଗ୍ମ ସମ୍ପାଦକ ତଥା ଉପାଧ୍ୟକ୍ଷ ଶିକ୍ଷା ବିକାଶ ସମିତି, ଓଡିଶା ର ଡଃ ପ୍ରଦୀପ ସାହୁ, ଅନ୍ୟତମ ଅତିଥି ଭାବେ ପ୍ରାନ୍ତ ସଂଗଠନ ମନ୍ତ୍ରୀ ମାନନୀୟ ତାରକ ଦାସ ସରକାର, ପଶ୍ଚିମ ସଂଭାଗ ସଭାପତି ଶ୍ରୀଯୁକ୍ତ ବେଣୁଧର ପ୍ରଧାନ, ଯୁବମୋର୍ଚ୍ଚା ପୂର୍ବତନ ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ପ୍ରିତେଶ କୁମାର ବହିଦାର ପ୍ରମୁଖ ମଞ୍ଚାସୀନ ହୋଇ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ।

Ad..


ପଶ୍ଚିମ ସଂଭାଗ ସଂଯୋଜକ ଶ୍ରୀଯୁକ୍ତ ଜ୍ୟୋତି ରଞ୍ଜନ ମିଶ୍ର ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ ତଥା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ପଶ୍ଚିମ ସମ୍ଭାଗ ସହ ସଂଯୋଜକ ଶ୍ରୀଯୁକ୍ତ ଲୋକନାଥ ମିଶ୍ର କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ। 

ମଞ୍ଚାସୀନ ସମସ୍ତ ଅତିଥି ମାନଙ୍କୁ ଉପଢୌକନ ଦେଇ ସମ୍ବର୍ଧିତ କରାଯାଇଥିଲା। ଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଂଗୀତ ଗାନ ସମସ୍ତ ଙ୍କ ମନମୁଗ୍ଧକର ଥିଲା। ବରଗଡ଼, ସମ୍ବଲପୁର ଓ ରାଉରକେଲା ବିଭାଗରୁ ଶିଶୁ ମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ୧୩୨ ଟି ଶିଶୁ ମନ୍ଦିର ରୁ ୧୪୦ ଜଣ ଗୁରୁଜୀ ଗୁରୁମା ୧୫ ଜଣ ପ୍ରଶିକ୍ଷକ ପ୍ରଶିକ୍ଷିକା ଯୋଗଦେଇ ଥିଲେ।

ପ୍ରାନ୍ତ ସମ୍ପାଦକ ଶ୍ରୀଯୁକ୍ତ ଖଗେଶ୍ବର ଦାଶ,  ସମ୍ବଲପୁର ବିଭାଗ ନିରୀକ୍ଷକ ଶ୍ରୀଯୁକ୍ତ ଜୟ କିଶୋର ପଣ୍ଡା, ବରଗଡ଼ ବିଭାଗ ନିରୀକ୍ଷକ ଶ୍ରୀଯୁକ୍ତ ଗୁପ୍ତେଶ୍ୱର ଥନାପତି, ରାଉରକେଲା ବିଭାଗ  ନିରୀକ୍ଷକ ଶ୍ରୀଯୁକ୍ତ ପ୍ରଦୀପ ମିଶ୍ର, ସଂକୁଳ ପ୍ରମୁଖ ଡଃ ଦ୍ଵାଦଶ କୁମାର ପ୍ରଧାନ,ଉପ ସଭାପତି ଶ୍ରୀଯୁକ୍ତ ଗୋପାଳ କୃଷ୍ଣ ମିଶ୍ର, ସଂପାଦକ ଜନକଲାଲ ମେହେର, ସମାଜ ସେବୀ ନୀରୋଜ ଦୋରା,ସଭ୍ୟା ମୋନାଲିସା ସ୍ବାଇଁ, ଛାତ୍ର ସଂସଦ ସଭାପତି ଗୁଣନିଧି ପଟେଲ, ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ସମେତ ମାତୃଭାରତୀ ର ସମସ୍ତ ସଭ୍ୟା ବୃନ୍ଦ, ଗୁରୁଜୀ ଗୁରୁମା ଉପସ୍ଥିତ ଥିଲେ। 

ସଭାପତି ଶ୍ରୀଯୁକ୍ତ ପୃଥିରାଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ପ୍ରଶିକ୍ଷଣ ଶିବିର ଟି ୧୦ ଦିନ ଧରି ପ୍ରଶିକ୍ଷଣ ଦିଆଯିବାର କାର୍ଯ୍ୟକ୍ରମ ରହିଛି। ସମସ୍ତ ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ସଫଳ ହୋଇଥଲା।



Report : Bijay ku sahu

Edited by k.s thakur...



Post a Comment

Previous Post Next Post