ପାଟଣାଗଡ଼ର ବହୁଚର୍ଚ୍ଚିତ ବୋମା ବିସ୍ଫୋରଣ ମାମଲା: ରାୟ ସଂରକ୍ଷିତ...

ପାଟଣାଗଡ଼ର ବହୁଚର୍ଚ୍ଚିତ ବୋମା ବିସ୍ଫୋରଣ ମାମଲା: ରାୟ ସଂରକ୍ଷିତ...


ପାଟଣାଗଡ଼,୧୪/୦୫ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ର ବହୁଚର୍ଚ୍ଚିତ ବୋମା ବିସ୍ଫୋରଣ ମାମଲାର ଆଜି ଶେଷ ଶୁଣାଣି ହେବା ପରେ ରାୟ ସଂରକ୍ଷିତ ରଖିଛନ୍ତି ପାଟଣାଗଡ଼ ଏଡିଜେ।କିଛି ସମୟ ପରେ ଏହି ମାମଲାର ଦଣ୍ଡବିଧାନ ତାରିଖ ଘୋଷଣା ହୋଇପାରେ ବୋଲି ସୂଚନା ମିଳିଛି। 

           Ad..


ଯଦି ଆଜି ଦଣ୍ଡାଦେଶ ହେଉଛି, ତେବେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ କି ପ୍ରକାରର ଦଣ୍ଡରେ ଦଣ୍ଡିତ କରାଯାଉଛି, ତାହା ଉପରେ ରହିଛି ସମସ୍ତଙ୍କ ନଜର। ଆଜି ପାଟଣାଗଡ଼ ଏଡିଜେଙ୍କ କୋର୍ଟରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଓ ତାଙ୍କ ପତ୍ନୀ ଉପସ୍ଥିତ ଥିଲେ।

Ad..


ସୂଚନାଯୋଗ୍ୟ ,୨୦୧୮, ଫେବ୍ରୁଆରି ୨୩ରେ ନବ ବିବାହିତ ସୌମ୍ୟଶେଖର ଓ ପତ୍ନୀ ରୀମା ବାହାଘର ଭୋଜିରେ ମିଳିଥିବା ଉପହାର ପାର୍ସଲ ଖୋଲୁଥିବା ବେଳେ ବିସ୍ଫୋରଣ ଘଟିଥିଲା। ଘଟଣାସ୍ଥଳରେ ସୌମ୍ୟଶେଖରଙ୍କ ଜେଜେ ମା'ଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ସୌମ୍ୟଶେଖର ଓ ରୀମାଙ୍କୁ ବଲାଙ୍ଗୀର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। 

ସୌମ୍ୟଶେଖରଙ୍କ ମୃତ୍ୟ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ରୀମାଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣାକୁ ନେଇ ପ୍ରଥମେ ପାଟଣାଗଡ଼ ଥାନା ପୁଲିସ ଫେବ୍ରୁଆରି ୨୩ ତାରିଖରେ ଦଫା ୩୦୨, ୩୦୭ ଏବ˚ ଏକ୍ସପ୍ଲୋସିଭ୍‌ ସବ୍‌ଷ୍ଟାନ୍ସ ଆକ୍ଟର ଧାରା ୩ ଓ ୪ରେ ମାମଲା ରୁଜୁ କରିଥିଲା। 

ମାମଲାକୁ ମାର୍ଚ୍ଚ ୨୩ ତାରିଖରେ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଆଇଟିକୁ ହସ୍ତାନ୍ତର କରାଯାଇଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଭଇଁସା କଲେଜର ଇ˚ରାଜୀ ଅଧୢାପକ ପୁଞ୍ଜିଲାଲ ମେହେରଙ୍କୁ ୨୦୧୮, ଏପ୍ରିଲ ୨୫ରେ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା।




Edited by k.s thakur...

Post a Comment

Previous Post Next Post