ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେଲା ଭିତରକନିକା...

ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେଲା ଭିତରକନିକା...


ଭୁବନେଶ୍ଵର,୦୧/୦୫ : ତିନି ମାସ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେଲା ଭିତରକନିକା ଜାତୀୟ ଉଦ୍ୟାନ। ମେ ୧ ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ତିନି ମାସ ଧରି ବନ୍ଦ ରହିବ ଭିତରକନିକା। 

         Ad..


ବର୍ତମାନ କୁମ୍ଭୀର ମାନଙ୍କର ପ୍ରଜନନ ଋତୁ ଚାଲିଥିବା ବେଳେ ସେମାନଙ୍କ ସୁରକ୍ଷାକୁ ନେଇ ବନ୍ଦ କରାଯାଇଥିବା ଜଣାପଡିଛି। ଏହି ୩ମାସ ଭିତରକନିକା ଭିତରେ ବୋଟ ମଧ୍ୟ ଚଳାଚଳ କରିବ ନାହିଁ । ଏନେଇ ରାଜନଗର ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

         Ad..


ସୂଚନା ଯୋଗ୍ୟ; ବର୍ତମାନ କୁମ୍ଭୀର ମାନଙ୍କର ପ୍ରଜନନ ଋତୁ ଆରମ୍ଭ ହୋଇଥିବାରୁ ଏହି ସମୟରେ ପର୍ଯ୍ୟଟକଙ୍କ ଉପସ୍ଥିତି କୁମ୍ଭୀରଙ୍କ ପ୍ରତି ବିପଦ ସୃଷ୍ଟି କରିପାରେ। ଏବଂ ଏହି ସମୟରେ ମାଈ କୁମ୍ଭୀର ମାନେ ବିପଦ ଅନୁଭବ କରିଲେ ଆକ୍ରମଣାତ୍ମକ ହୋଇପଡନ୍ତି । ଏହି ସମୟରେ ପର୍ଯ୍ୟଟକଙ୍କ ପ୍ରବେଶ ନିଷେଧ କରିବା ସହିତ ସ୍ଥାନୀୟ ବାସିନ୍ଦାଙ୍କୁ ମଧ୍ୟ ଏଠାରେ ପ୍ରବେଶ ମନା କରାଯାଇଛି।



Edited by k.s thakur...



Post a Comment

Previous Post Next Post