ବିଜୁ ଜନତା ଦଳକୁ ନେଇ ଭୂପିନ୍ଦର ସିଂ ଙ୍କ ବିସ୍ଫୋରକ ବୟାନ...

ବିଜୁ ଜନତା ଦଳକୁ ନେଇ ଭୂପିନ୍ଦର ସିଂ ଙ୍କ ବିସ୍ଫୋରକ ବୟାନ...


ଭୁବନେଶ୍ଵର,୧୭/୦୫ : ବିଜୁ ଜନତା ଦଳକୁ ନେଇ ବିସ୍ଫୋରକ ବୟାନ ଦେଲେ ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂ । ବିଜେଡି କମିଟି ଓ ପିଏସିରୁ ବାଦ୍ ପଡ଼ିବା ପରେ ଭୂପିନ୍ଦର ସିଂ ରଖିଛନ୍ତି ନିଜ ପ୍ରତିକ୍ରିୟା ।

           Ad..


ମୁଁ ସବୁବେଳେ ଖୁସି, ଲୋକଙ୍କ ଆଶୀର୍ବାଦ ମୋ ପାଖେ ଅଛି । ବିଜେଡି କମିଟି ଓ ପିଏସିରୁ କାହିଁକି ବାଦ୍ ପଡ଼ିଲି ଯେଉଁମାନେ ଦାୟିତ୍ୱରେ ଅଛନ୍ତି ସେମାନେ ଜାଣିଥିବେ ବୋଲି ଭୂପିନ୍ଦର କହିଛନ୍ତି ।

        Ad..


ଲୋକଙ୍କ ଧାରଣା, ବିଜେଡିରେ ବିଶେଷ କିଛି ଢାଞ୍ଚାଗତ ପରିବର୍ତ୍ତନ ହୋଇନି । ଯଦି ଏହା ଉପରେ ବିଚାର ନ କରାଯାଏ ଆଗକୁ ଦଳ ପାଇଁ ଠିକ୍ ହେବନି ବୋଲି ଭୂପିନ୍ଦର ସିଂ ବୟାନ ଦେଇଛନ୍ତି ।

ବିଜେପି ସାଙ୍ଗରେ ବିଜେଡି ସବୁବେଳେ ସଫ୍ଟଲାଇନ୍‌ରେ ରହିଆସିଛି । ସାଧାରଣ ନିର୍ବାଚନରେ ବିଜେପିକୁ ବିଜେଡି ସାହାଯ୍ୟ କରିଥିବା ଚର୍ଚ୍ଚା ବି ହେଉଛି । ଚର୍ଚ୍ଚାକୁ ଯଦି ଆମେ ମିଛ ଭାବିବା ତାହେଲେ ଫଳ କିଛି ମିଳିବନି ବୋଲି ବରିଷ୍ଠ ବିଜେଡି ନେତା କହିଛନ୍ତି ।

ଭୂପିନ୍ଦର ସିଂ ଚାଞ୍ଚଲ୍ୟକର ବୟାନ ଦେଇ ପୁଣି କହିଛନ୍ତି ଯେ ଏବେ ଆଇପିଏଲ ଚାଲିଛି । ଭଲ ପ୍ଲେୟାରକୁ ସମସ୍ତେ ନେବାକୁ ଚାହୁଁଛନ୍ତି । ସେ ଜଣେ ଭଲ ପ୍ଲେୟାର, ତାଙ୍କ ପାଖେ ଲୋକ ସମର୍ଥନ ଅଛି । ତେଣୁ ଏବେ କଂଗ୍ରେସ ରୁ ଅଫର୍ ଆସିଲାଣି । ୨୦୨୪ ନିର୍ବାଚନ ସମୟରେ ବିଜେପି ଅଫର୍ ଦେଇଥିଲା ବୋଲି ସେ କହିଛନ୍ତି ।



Edited by k.s thakur...





Post a Comment

Previous Post Next Post