କୁଶଳିଆ ମାଳି ସମାଜ ଯୁବ ସଭାପତି ଅନୁରୋଧ କ୍ରମେ ରକ୍ତ ଦାନ ଦେଲେ ଏଏସଆଇ ...

କୁଶଳିଆ ମାଳି ସମାଜ ଯୁବ ସଭାପତି ଅନୁରୋଧ କ୍ରମେ ରକ୍ତ ଦାନ ଦେଲେ ଏଏସଆଇ ...


କଣ୍ଟାବାଞ୍ଜି,୨୬/୦୫ : କଣ୍ଟାବାଞ୍ଜି ସରକାରୀ ଡାକ୍ତରଖାନାରେ ଲଖନା ଗ୍ରାମ ର ଯୁଯେଷ୍ଟି ଦୀପ (୩୫) ନାମକ ଜଣେ ଯୁବକ ଙ୍କୁ AB+ ଗ୍ରୁପ ରକ୍ତ ଆବଶ୍ୟକତା ପଡ଼ିବାରୁ ସ୍ଥାନୀୟ କୁଶଳିଆ ମାଳି ସମାଜ ଯୁବ ସଙ୍ଗଠନ ସଭାପତି ରାଜୁ ପୁଟେଲ କୁ ଯୋଗା ଯୋଗ କରିଥିଲେ।

          Ad..


ଶ୍ରୀ ପୁଟେଲ ତତ୍ପରତା ଦେଖାଇ ଉପସଭାପତି ଅଶୋକ ପୁଟେଲ ଙ୍କୁ ଯୋଗା ଯୋଗ କରି AB+ ଗ୍ରୁପ ରକ୍ତ ସଂଗ୍ରହ ପାଇଁ ଅନେକ ଲୋକଙ୍କ ସହିତ ଯୋଗା ଯୋଗ କରିଥିଲେ। ସେହି ସମୟ ରେ କଣ୍ଟାବାଞ୍ଜି ପୋଲିସ ଏଏସଆଇ ଈଶ୍ୱର ଚନ୍ଦ୍ର ମାଝୀ ଙ୍କ ସମାନ ରକ୍ତ ଗ୍ରୁପ ସମାନ ଥିବାରୁ ସେ ରକ୍ତ ଦାନ ଦେବା ପାଇଁ ପ୍ରସ୍ତୁତ ହୋଇଥିଲେ। 

         Ad..


ସ୍ଥାନୀୟ ରକ୍ତ ଭଣ୍ଡାର ରେ ରକ୍ତ ଦାନ କରି ଶ୍ରୀ ମାଝୀ ଜଣେ ଯୁବକଙ୍କ ଜୀବନ ବଞ୍ଚାଇବା ରେ ସହଯୋଗ କରିଥିଲେ। ତାଙ୍କ ଏହି ମହତ୍ କାର୍ଯ୍ୟ ପାଇଁ  କଣ୍ଟାବାଞ୍ଜି ମାଳି ସମାଜ ଯୁବ ସଙ୍ଗଠନ ତରଫରୁ ଏଏସଆଇ ଈଶ୍ୱର ଚନ୍ଦ୍ର ମାଝୀ ଙ୍କୁ ସାଧୁବାଦ ଜଣାଇଛନ୍ତି।



Edited by k.s thakur...



Post a Comment

Previous Post Next Post