ରଥଯାତ୍ରାରୁ ନୀଳାଦ୍ରି ବିଜେ ମଧ୍ୟରେ ସରିବ ରତ୍ନଭଣ୍ଡାର ମରାମତି କାମ: ପୃଥ୍ବୀରାଜ ହରିଚନ୍ଦନ...

ରଥଯାତ୍ରାରୁ ନୀଳାଦ୍ରି ବିଜେ ମଧ୍ୟରେ ସରିବ ରତ୍ନଭଣ୍ଡାର ମରାମତି କାମ: ପୃଥ୍ବୀରାଜ ହରିଚନ୍ଦନ...


ଭୁବନେଶ୍ଵର,୨୬/୦୫ : ଶ୍ରୀମନ୍ଦିର ରତ୍ନ ଭଣ୍ଡାର ମରାମତି କାମ ବର୍ତ୍ତମାନ ବନ୍ଦ ରହିଥିଲେ ମଧ୍ୟ ଆସନ୍ତା ରଥଯାତ୍ରାରୁ ନୀଳାଦ୍ରିବିଜେ ମଧ୍ୟରେ ଏହା ଶେଷ ହେବ। ଆସନ୍ତା ଜୁନ ୨୭ ତାରିଖରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଘୋଷଯାତ୍ରା ଆରମ୍ଭ ହେବାକୁ ଯାଉଛି। 

             Ad..


ସବୁ ଲୀଳା ଖେଳା ସାରି ଆସନ୍ତା ଜୁଲାଇ ୮ ତାରିଖରେ ମହାପ୍ରଭୁ ନୀଳାଦ୍ରି ବିଜେ କରିବେ । ଏହି ସମୟ ମଧ୍ୟରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ସାରିବ ବୋଲି ଆଜି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

          Ad..


ସେ କହିଛନ୍ତି ଠାକୁରଙ୍କ ଚାପ ଖେଳ ପାଇଁ ମରାମତି କାମ ଏବେ ବନ୍ଦ ରହିଛି । ଠାକୁର ରଥକୁ ଆସିଲେ ମରାମତି କାମ ଆରମ୍ଭ ହେବ ଓ ସରିବ । ରଥଯାତ୍ରାରେ ଗର୍ଭଗୃହରେ ଯେଉଁ ମରାମତି କାମ ହୁଏ ସମୀକ୍ଷା ହୋଇଛି । 

ଏଏସଆଇ ଡ଼ିଜି ଏବଂ ତାଙ୍କ ଟିମ୍ ଶ୍ରୀ ମନ୍ଦିର ମରାମତି କାମ ସହ ରତ୍ନଭଣ୍ଡାର କାମର ସମୀକ୍ଷା କରିଛନ୍ତି । ଠାକୁରଙ୍କ ନୀତିକାନ୍ତି ଉପରେ ଗୁରୁତ୍ୱ ଦିଆଯାଉଛି । ମରାମତି ସମୟରେ ଯେପରି ଠାକୁରଙ୍କ ନୀତିକାନ୍ତିରେ କୌଣସି ବାଧା ନଉପୁଜେ ତାହା ଉପରେ ବିଶେଷ ଭାବେ ଦୃଷ୍ଟି ଦିଆଯାଇଛି ।



Edited by k.s thakur...




Post a Comment

Previous Post Next Post