ବରଗଡ଼ ଜିଲ୍ଲା ଓବିସି ମଞ୍ଚ ଗଠିତ...

ବରଗଡ଼ ଜିଲ୍ଲା ଓବିସି ମଞ୍ଚ ଗଠିତ...


ବରଗଡ଼,୦୭/୦୫ : ବରଗଡ଼ ଜିଲ୍ଲା ପଦ୍ମପୁର - ଠାରେ ଜିଲ୍ଲା ଓବିସି ସଂଗଠନ ତରଫରୁ ଜିଲ୍ଲା ଓବିସି ମଞ୍ଚ ଗଠିତ ହୋଇଛି। ବରଗଡ଼ ଜିଲ୍ଲା ର ସମସ୍ତ ୧୨ ଗୋଟି ବ୍ଲକ ର ଓବିସି ଜାତିଗତ ସଂପୃକ୍ତ କର୍ମକର୍ତ୍ତା ଯୋଗଦାନ ଦେଇଥିଲେ। 

           Ad..


ବରଗଡ଼  ଓ ପଦ୍ମପୁର ଦୁଇ ଉପଖଣ୍ଡ ଭାବରେ ଦୁଇଗୋଟି ୟୁନିଟ କୁ ନେଇ ବରଗଡ଼ ଜିଲ୍ଲା ଓବିସି ମଞ୍ଚ ଗଠନ କରାଯାଇଛି । ପଦ୍ମପୁର ଉପଖଣ୍ଡ ପଦ୍ମପୁର, ପାଇକମାଳ, ଝାରବନ୍ଧ, ଗାଇସିଲେଟ, ସୋହେଲା ଓ ବିଜେପୁର ପାଇଁ ସର୍ବସମ୍ମତିକ୍ରମେ ପଦ୍ମପୁର ଉପଖଣ୍ଡ ସଭାପତି ଭାବରେ ମାନସ ନାଗ...

        Ad..


ଉପସଭାପତି ଭାବରେ ଦେବରାଜ ସାହୁ, ପ୍ରଶାନ୍ତ ପ୍ରଧାନ, ଯଦୁମଣି ସାହୁ,ସମ୍ପାଦକ ଭାବରେ ଚିନ୍ତାମଣି ସାହୁ ଓ ସ୍ବର୍ଣପ୍ରଭା ପ୍ରଧାନ,ଓ କୋଷାଧ୍ୟକ୍ଷ ଭାବରେ ଅଶୋକ କୁମାର ଦାନୀ ମନୋନୀତ ହୋଇଛନ୍ତି। 

ବରଗଡ଼ ଜିଲ୍ଲା ମଞ୍ଚ ରେ ସଭାପତି ଭାବରେ ସପ୍ତସୀନ୍ଧୁ ବଗର୍ତ୍ତି, ଉପସଭାପତି ଭାବରେ ଡୋଲାମଣୀ ମାହାରୀ, ରୋହିତ ପ୍ରଧାନ, ପଦ୍ମଲୋଚନ ସାହୁ ମନୋନୀତ ହୋଇଥିବା ବେଳେ ସମ୍ପାଦକ ଭାବରେ ବୈଷ୍ଣବ ଚରଣ ତ୍ୟାଗୀ, କୋଷାଧ୍ୟକ୍ଷ ଭାବରେ ଶ୍ରୀପତି ଭୋଇ ମନୋନୀତ ହୋଇଛନ୍ତି। 

ପଦ୍ମପୁର ଉପଖଣ୍ଡ ର ସଯୋଜକ ଭାବରେ ରାଜେନ୍ଦ୍ର ସାହୁ ମନୋନୀତ ହୋଇଥିବା ବେଳେ ଆଇନ ପରାମର୍ଶଦାତା ଭାବରେ ଅରୁଣ କୁମାର ଦାନୀ, ଶୁସିଲ ପ୍ରଧାନ ଓ ପ୍ରଦୀପ ସାହୁ ରହିଛନ୍ତି ସେହିପରି କାର୍ଯ୍ୟକାରୀ ସଦସ୍ୟ ଭାବରେ ପ୍ରଦୀପ ପ୍ରଧାନ, ଖଗେଶ୍ବର ବାରିକ, ବିଶ୍ବମ୍ବର ସାହୁ,ନକୁଲ ସାହୁ, ଗାନ୍ଧୀ ବାଗ, ସଚିଦାନନ୍ଦ ନାଗ ଓ ବିକ୍ରମ ସରାଫ ପ୍ରମୁଖ ମନୋନୀତ ହୋଇଛନ୍ତି। 

ଆସନ୍ତା ମେ ୧୮ ତାରିଖ ୧୦୦ ଜଣ ସଗଠକ ଙ୍କୁ ନେଇ ପ୍ରଶିକ୍ଷକ ଙ୍କ ଦ୍ବାରା ଓବିସି ଙ୍କ ଉପରେ ପ୍ରଶିକ୍ଷଣ ଦିଆଯିବାର କାର୍ଯ୍ୟକ୍ରମ ରହିଥିବା ବେଳେ ବରଗଡ଼ ଜିଲ୍ଲା ର ପ୍ରତ୍ୟେକ ଗାଁ ରେ ଓବିସି ମଞ୍ଚ ତରଫରୁ ବୈଠକ କରାଯାଇ ଜିଲ୍ଲା ସଂଗଠନ କୁ ମଜବୁତ କରିବା ପାଇଁ ଘୋଷଣା କରାଯାଇଛି। 

ବରଗଡ଼ ଜିଲ୍ଲା ର ଉଭୟ ବରଗଡ଼ ଓ ପଦ୍ମପୁର ଦୁଇ ଉପଖଣ୍ଡ ର ସମସ୍ତ ୧୨ ଗୋଟିଏ ବ୍ଲକ ରେ ସଂଗଠନ ତରଫରୁ ଓବିସି ଜାତିରେ ସଂପୃକ୍ତ ଥିବା ଜନସାଧାରଣ ଙ୍କୁ ଏକଜୁଟ କରାଯାଇ ଓବିସି ର ଜନଜାରଣ ସହ ବିଭିନ୍ନ  ଦିଗ ଉପରେ କାର୍ଯ୍ୟକ୍ରମ ମାନ କରାଯିବା ସହ ଓବିସି ର ହକ ଓ ଲଢେଇ ହାସଲ କରାଯିବ ବୋଲି ଜିଲ୍ଲା ସଭାପତି ସପ୍ତସୀନ୍ଧୁ ବଗର୍ତ୍ତି ଓ ପଦ୍ମପୁର ଉପଖଣ୍ଡ ସଭାପତି ମାନସ ନାଗ କହିଛନ୍ତି।



Report : Bijay ku sahu

Edited by k.s thakur...



Post a Comment

Previous Post Next Post