ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର...
ମୟୂରଭଞ୍ଜ/ବୈଶିଙ୍ଗା,୨୮/୦୫ : ମୟୂରଭଞ୍ଜ ଜିଲ୍ଲା ୧୮ ନଂ ଜାତୀୟ ରାଜପଥ ବେତନଟୀ ଉପକଣ୍ଠ ଆଗ୍ରିଆ ବଡ଼ପୋଲଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି।
Ad..
ମୃତକ ହେଉଛନ୍ତି ଉତ୍ତରପ୍ରଦେଶ ମିରଟ ଅଞ୍ଚଳର ବିଜେନ୍ଦ୍ର ଭାରତୀଙ୍କ ପୁଅ ଅତୁଲ ଭାରତୀ ଏବଂ ହରିୟାଣାର କର୍ଣ୍ଣାଲ ଜିଲ୍ଲା ଅଧୀନ ପଡ଼ାଗାଁର ଜଗଦେବ ଦୋଡ଼ଙ୍କ ପୁଅ ସୁନ୍ଦର ଦୋଡ଼ ବୋଲି ଜଣାପଡିଛି ।
Ad..
ସୂଚନା ଅନୁଯାୟୀ, ହରିୟାଣାର କର୍ଣ୍ଣାଲ ଜିଲ୍ଲା ଅଧୀନ ରାମଜୋର କଟାବାଗ ସେକ୍ଟର ୩୨ ଥାନା ଅଞ୍ଚଳର ଚନ୍ଦ୍ରହାସଙ୍କ ପୁଅ ପ୍ରଦୀପ ରଞ୍ଜନ, ହେରିଟେଜ ଅଞ୍ଚଳର ବଲୱାନ କଲ୍ୟାଣଙ୍କ ପୁଅ ବିକାଶ କଲ୍ୟାଣ, ଇନ୍ଦିରା କଲୋନୀ ଜୁନ୍ଦାଲା ଗେଟ ସଦରଥାନା ଅଞ୍ଚଳର ସୁରେନ୍ଦ୍ର ଭଟନାଗରଙ୍କ ପୁଅ କରନ ଭଟନାଗରଙ୍କ ସମେତ ସୁନ୍ଦର ଦୋଡ଼ ଏବଂ ଅତୁଲ ଭାରତୀ ବାରିପଦାରୁ ଟ୍ରାକ୍ଟର ନେଇ ବାଲେଶ୍ୱର ଫେରୁଥିଲେ।
ବୁଧବାର ଭୋର ୫ଟା ସମୟରେ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ଉକ୍ତ ଟ୍ରାକ୍ଟରକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଟ୍ରାକ୍ଟର୍ଟି ଖଣ୍ଡ ବିଖଣ୍ଡିତ ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ହିଁ ୨ଜଣଙ୍କର ମୃତ୍ୟୁ ହୋଇଥିଲା । ଏଥିରେ ଆଉ ୩ ଜଣ ଗୁରୁତର ହୋଇଥିଲେ। ଦୁର୍ଘଟଣାପରେ ଟ୍ରକ୍ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା।
ଖବର ପାଇ ପ୍ରଥମେ ବେତନଟୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ବୈଶିଙ୍ଗା ପୁଲିସକୁ ଖବର ଦେଇଥିଲେ। ପୁଲିସ ଖଣ୍ଡ ବିଖଣ୍ଡିତ ଟ୍ରାକ୍ଟରକୁ ଜବତ କରିବା ସହିତ ଦୁର୍ଘଟଣା ଘଟାଇ ଚମ୍ପଟ ମାରିଥିବା ଟ୍ରକ୍କୁ ଧରିବାକୁ ଉଦ୍ୟମ ଆରମ୍ଭ କରିଛି।
Edited by k.s thakur...



