ମର୍ମନ୍ତୁଦ ଦୁର୍ଘଟଣା: ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ମୁଣ୍ଡଉପରେ ଚଢ଼ିଗଲା ଟ୍ରକ୍...

ମର୍ମନ୍ତୁଦ ଦୁର୍ଘଟଣା: ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ମୁଣ୍ଡ ଉପରେ ଚଢ଼ିଗଲା ଟ୍ରକ୍...


ନୂଆପଡ଼ା,୨୦/୦୫ : ନୂଆପଡ଼ା ସଦର ଥାନା ଅନ୍ତର୍ଗତ ଏକତା ଛକରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ମୁଣ୍ଡଉପରେ ଚଢ଼ିଗଲା ଟ୍ରକ୍। ଘଟଣାସ୍ଥଳରେ ସ୍ତ୍ରୀ ରୁକ୍ମିଣୀ ସାହୁଙ୍କ ମୃତ୍ୟୁ ହୋଇଛି।

            Ad..


ସୂଚନା ଅନୁଯାୟୀ, କୋମନା ଥାନା, ତରବଡ଼ି ଫାଣ୍ଡି ଅନ୍ତର୍ଗତ ରେଙ୍ଗାବାହାଲର ଛବିଲାଲ ସାହୁ(୫୫) ତାଙ୍କ ସ୍ତ୍ରୀ ରୁକ୍ମିଣୀ ସାହୁଙ୍କ ସହ ନିଜ ବାଇକରେ ଖରିଆର ରୋଡରେ ଥିବା ଶଶୁର ଘରକୁ ଯାଉଥିଲେ। ସକାଳ ପ୍ରାୟ ୮ଟା ବେଳେ ନୂଆପଡ଼ା ସଦର ଥାନା ଅନ୍ତର୍ଗତ ଏକତା ଛକରେ ରୁକ୍ମିଣୀ ବାଇକରୁ ଖସି ତଳେ ପଡ଼ିଯାଇଥିଲେ। 

         Ad..


ଏହି ସମୟରେ ଏକ ଦ୍ରୁତଗାମୀ ଟ୍ରକ୍ ରୁକ୍ମିଣୀ ସାହୁଙ୍କ ମୁଣ୍ଡଉପରେ ଚଢ଼ିଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏଣେ ଛବିଲାଲ ସାହୁ ବି ଆହତ ହୋଇ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଏଣେ ଟ୍ରକ୍ ଚାଳକକୁ ପୁଲିସ ଅଟକ ରଖି ଘଟଣାର ତଦନ୍ତ କରୁଛି।



Edited by k.s thakur...



Post a Comment

Previous Post Next Post