ନୃସିଂହନାଥ ବୈଶାଖ ମେଳା : ଶାନ୍ତି ଶୃଙ୍ଖଳା ସହ ଶେଷ ହେଲା ନୃସିଂହନାଥ ପ୍ରସିଦ୍ଧ ବୈଶାଖ ମେଳା...

ନୃସିଂହନାଥ ବୈଶାଖ ମେଳା : ଶାନ୍ତି ଶୃଙ୍ଖଳା ସହ ଶେଷ ହେଲା ନୃସିଂହନାଥ ପ୍ରସିଦ୍ଧ ବୈଶାଖ ମେଳା...


(୧ ଲକ୍ଷ ୨୫ହଜାର ବୀଜ ମନ୍ତ୍ର ଜପ ସହ ୧୨ ହଜାର ଆହୁତି ମଧ୍ୟରେ ଉଦ୍ଯାପିତ ହେଲା ବିଶ୍ଵଶାନ୍ତି ମହାଯଜ୍ଞ ,୧୦ ଲକ୍ଷ ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଙ୍କ ସମାଗମ )

ବରଗଡ଼,୧୩/୦୫ : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପୁଣ୍ୟ ପୀଠ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଥିବା ନୃସିଂହନାଥ ପୀଠରେ ବୈଶାଖ ମେଳା ସୋମବାର ବିଶ୍ବଶାନ୍ତି ମହାଯଜ୍ଞ  ପୂଣ୍ଣାହୁତି  ପଡିବା ସହ ୫ ଦିନରେ  ୧ଲକ୍ଷ ୨୫ହଜାର  ବୀଜ ମନ୍ତ୍ର ଜପ  ସହ ୧୨ ହଜାର ଆହୁତି ମଧ୍ୟରେ  ଉଦ୍ଯାପିତ ହୋଇଯାଇଛି ନୃସିଂହନାଥ ବୈଶାଖ ମେଳା ଓ ବିଶ୍ଵଶାନ୍ତି ମହାଯଜ୍ଞ। 

Ad..


ଗତ ୭ ତାରିଖ ରୁ ଆରମ୍ଭ ହୋଇଥିବା ବୈଶାଖ ମେଳା ର ଶେଷ ଦିନରେ ନୃସିଂହନାଥ ମହାପ୍ରଭୁ ମାର୍ଜାରକେଶରୀ ଙ୍କ ଦର୍ଶନ କରି ମନ୍ଦିର ଚତୁଃପାର୍ଶରେ ପରିକ୍ରମା କରାଯାଇଥିଲା । ଅପରାହ୍ନ ୨ ଟାରେ ବିଶ୍ଵଶାନ୍ତି ମହାଯଜ୍ଞ ପୂର୍ଣ୍ଣାହୁତି ହୋମ ଭୋଗ ଆଳତୀ ଓ ପୁଷ୍ପାଞ୍ଜଳି ଅର୍ପଣ ଯାଇଥିଲା । 

Ad..


ପଣ୍ତିତ ଡିଗ୍ରୀଧର ଦେବତାଙ୍କ ସମେତ ୧୨ ଜଣ ଦକ୍ଷ ପଣ୍ତିତମାନଙ୍କ ଦ୍ବାରା ଶାନ୍ତି ଶୃଙ୍ଖଳା ସହ ମହା ଯଜ୍ଞର ପୂର୍ଣ୍ଣାହୂତି ସମାପନ ହୋଇ ପାପହାରିଣୀ ଝରଣା ଗଣେଷ ଘାଟରେ କଳସ ବିସର୍ଜନ କରାଯାଇଛି । ସେହିପରି 

ଶେଷ ଦିନର  ସନ୍ଧ୍ୟାରେ ମଧ୍ୟ ସାଂସ୍କୃତିକ କାର୍ଯ୍ୟାକ୍ରମ ଅନୁଷ୍ଠିତ ହୋଇ ଉଦଯାପିତ ହୋଇଯାଇଛି।୨୦୨୫ ବୈଶାଖ ମେଳା କମିଟି ତରଫରୁ ଆୟୋଜିତ ସାଂସ୍କୃତିକ ମଞ୍ଚ ଢୋଲ ନିଶାନ ଆଦି ବାଦ୍ୟ ର ତାଳେ ତାଳେ ଦୁକିଲ୍ଲାଥିଲା। ଯାତ୍ରାକୁ ଆସୁଥିବା ଶ୍ରଦ୍ଧାଳୁ ତଥା ଯାତ୍ରୀଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କମିଟି ତରଫରୁ ବିଭିନ୍ନ ଅଞ୍ଚଳର ସାଂସ୍କୃତିକ ଦଳମାନଙ୍କୁ ନେଇ ୩ ଦିନ ଧରି ଦୁଲକି ଥିଲା ମଣ୍ଡପ। 

ନୃସିଂହନାଥ ସ୍ଥିତ ମାର୍ଜାର କେଶରୀ ସାଂସ୍କୃତିକ ମଣ୍ଡପ ଠାରେ ଶେଷ ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ସରକାର ଙ୍କ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ,ଭଟଲି ବିଧାୟକ ଇରଶିସ ଆଚାର୍ଯ୍ୟ, ପଦ୍ମଶ୍ରୀ ହଳଧର ନାଗ ପ୍ରମୁଖ ଯୋଗଦାନ ଦେଇଥିଲେ। 

ଶେଷ ଦିନର ର ସାଂସ୍କୃତିକ କାର୍ଯ୍ୟକ୍ରମ ସନ୍ଧ୍ୟାରେ କେନ୍ଦ୍ରାପଡ଼ା ଗଡମେଜର ଅନୁଷ୍ଠାନ ର ନୃତ୍ୟ ଶିଳ୍ପୀ ମାନଙ୍କ ଦ୍ବାରା ଓଡିଶୀ ନୃତ୍ୟ ପ୍ରଦର୍ଶିତ କରାଯାଇଥିବା ବେଳେ ପଦ୍ମପୁର ସଙ୍ଗୀତ ସେମିତି ର ଡାଲଖାଇ ନୃତ୍ୟ , ଭେଡେନ ଚୁମକୁଚୁମା କଲାପରିଶଦ ର ସମ୍ବଲପୁରୀ ନୃତ୍ୟ , ତଥା ପାଇକମାଳ ଯମୁନା କନ୍ଧୁଣୀ ବିଦ୍ୟାଳୟ ର ଛାତ୍ରୀ ମାନଙ୍କ ସାଂସ୍କୃତିକ ନୃତ୍ୟ ପ୍ରଦର୍ଶିତ ହୋଇଥିଲା। 

ସେହିପରି ଶ୍ରୀଶ୍ରୀ ନୃସିଂହ ଚରିତ ଓ ମୂଷିକ ଦତ୍ଯ ଦରବାର ଅନ୍ତିମ ଦୃଶ୍ୟ କିପରୀ ମୂଷିକ ଦତ୍ୟ ପାହାଡ ଗୁମ୍ଫା ରେ ଆତ୍ମ ଗୋପନ ପାଇଁ ରହିଗଲା ଓ ପ୍ରଭୂ ଶ୍ରୀ ହରି ବିଷ୍ଣୁ ଦତ୍ୟ ର ସଂହାର ପାଇଁ ମାର୍ଜାର କେଶରୀ ରୂପରେ ପ୍ରତିଷ୍ଠିତ ହେଲେ ତାହା ମଞ୍ଚସ୍ଥ ହୋଇଥିଲା। ତେବେ ଏହି ମନଲୋଭା ସାଂସ୍କୃତିକ ସନ୍ଧ୍ୟାକୁ ଆନନ୍ଦର ସହ ଉପଭୋଗ କରିଥିଲେ ଦର୍ଶକ। 

ତେବେ ସମାଜ ସେବା ରେ ନିଯାର ଅତୁଟ ନିଷ୍ଠା ଓ ଦୃଢ଼ ସଂକଳ୍ପ ପାଇଁ ବରଗଡ଼ ସଂକଳ୍ପ ପାରିବାର ର ସଦସ୍ୟ ମାନଙ୍କୁ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା। ପ୍ରତ୍ୟେକ ବର୍ଷ ଭଲି ଏଥର ମଧ୍ୟ ଶାନ୍ତି ଶୃଙ୍ଖଳା ସହ ୨୦୨୫ ବର୍ଷ ର ବୈଶାଖ ମେଳାରେ ଓଡ଼ିଶାର କୋଣ ଅନୁକୋଣ ସମେତ ପଡେ଼ାଶୀ ଛତିଶଗଡ଼, ମଧ୍ୟପ୍ରଦେଶ ରାଜ୍ୟ ରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା ।



Report : Bijay ku sahu

Edited by k.s thakur...



Post a Comment

Previous Post Next Post