ପବିତ୍ର ଅକ୍ଷୟ ତୃତୀୟା ପାଳନ କଲେ ବିଧାୟକ ଲକ୍ଷ୍ମଣ ବାଗ...

ପବିତ୍ର ଅକ୍ଷୟ ତୃତୀୟା ପାଳନ କଲେ ବିଧାୟକ ଲକ୍ଷ୍ମଣ ବାଗ...


କଣ୍ଟାବାଞ୍ଜି,୦୧/୦୫ : ପବିତ୍ର ଅକ୍ଷୟ ତୃତୀୟା ଅବସରରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ନିଜ ଗ୍ରାମ ଖୁଟୁଲୁମୁଣ୍ଡା ରେ ଥିବା ନିଜ ଚାଷ ଜମିରେ ଆଖିମୁଠୀ ଅନୁକୂଳ କରିଛନ୍ତି। ବିଧାୟକ ପ୍ରଥମେ ମାଁ ମାଟିର ପୂଜାର୍ଚ୍ଚନା କରି ନିଜେ ଲଙ୍ଗଳଧରି ହଳ କରିଥିଲେ। 

        Ad..


ଏହି ଅବସରରେ ବିଜେପି ପୂର୍ବତନ ଜିଲ୍ଲା ସଭାପତି ଶିବାଜି ମହାନ୍ତି ମଧ୍ୟ ଲଙ୍ଗଳ ଧରି ହଳ କରିଥିବା ଦେଖୁବାକୁ ମିଳିଥିଲା। ଅକ୍ଷୟ ମୁଠି ଛୁଇଁ ଚାଷ ଅନୁକୂଳ କଲେ ଚାଷୀଙ୍କ ଫସଲରେ କୌଣସି ରୋଗ, ପୋକ ଲାଗେ ନାହିଁ ଓ ଫସଲ ଭଲ ହୁଏ ବୋଲି ବିଶ୍ଵାସ ରହିଛି। ତେଣୁ ଚାଷୀଙ୍କ ପାଇଁ ଅକ୍ଷୟ ତୃତୀୟା ଏକ ବଡ଼ ପର୍ବ ବୋଲି ସେ କହିଥିଲେ। 

         Ad..


ସେହିପରି ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ମହାନ୍ତି କହିଥିଲେ, ଚାଷୀ ଏବଂ ଚାଷୀଙ୍କ ଉନ୍ନତି ପାଇଁ ମୋହନ ସରକାର ଅନେକ କିଛି କରୁଛନ୍ତି। ଆଜିର ଦିନରେ ଚାଷୀମାନେ ସିଏମ କିଷାନ ଯୋଜନାରେ ଟଙ୍କା ମଧ୍ୟ ପାଇଛନ୍ତି ତେଣୁ ଚାଷୀଙ୍କ ତରଫରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।



Edited by k.s thakur...



Post a Comment

Previous Post Next Post