ଧର୍ମଶାଳା ABDOଙ୍କ ଘରେ ଭିଜିଲାନ୍ସ ରେଡ୍...
ଧର୍ମଶାଳା,୧୫/୦୫ : ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଧର୍ମଶାଳା ABDOଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯାଜପୁର ଜିଲ୍ଲା ଧର୍ମଶାଳା ABDO ଅସିତ କୁମାର ପାତ୍ରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରିଛି।
Ad..
ଏକକାଳୀନ ଯାଜପୁର ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢ଼ାଉ ଜାରି କରିଛନ୍ତି। ଯାଜପୁର, କଟକ, ଭୁବନେଶ୍ୱର, ଭଦ୍ରକରେ ଚାଲିଛି ରେଡ୍। ଏହି ଚଢ଼ାଉରେ ଆଠ ଜଣ DSP, ୯ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ହୋଇଛନ୍ତି।
Ad..
ଅସିତ କୁମାର ପାତ୍ରଙ୍କ ଯାଜପୁର ରୋଡ୍ କହ୍ନେଇପୁର ସ୍ଥିତ ୪ ମହଲା ଘର, କଟକ ଚାଉଳିଆଗଞ୍ଜର ମେଟ୍ରୋ ଆଭେନ୍ୟୁ ଆପାର୍ଟମେଣ୍ଟ, ଯାଜପୁର ଗରଡେଶ୍ୱର ସ୍ଥିତ ତାଙ୍କ ପୈତୃକ ଘର, ଭଦ୍ରକର ସନାବନସ୍ତ ତାଙ୍କ ସମ୍ପର୍କୀୟଙ୍କ ଘର, ଯାଜପୁର ଧର୍ମଶାଳାରେ ସରକାରୀ ବାସଭବନ ସମେତ ତାଙ୍କ କାର୍ଯ୍ୟାଳୟ ଓ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରରେ ଥିବା ଘରେ ତନାଘନା ଯାଞ୍ଚ କରାଯାଉଛି ।
Edited by k.s thakur...



