କଟକରେ NIAର ୩ ଜଣିଆ ଟିମ୍‌, ପହଲଗାମ୍ ଆତଙ୍କୀ ହମଲାର ମୁକସାକ୍ଷୀଙ୍କ ଘରେ ପହଞ୍ଚିଲେ...

କଟକରେ NIAର ୩ ଜଣିଆ ଟିମ୍‌, ପହଲଗାମ୍ ଆତଙ୍କୀ ହମଲାର ମୁକସାକ୍ଷୀଙ୍କ ଘରେ ପହଞ୍ଚିଲେ...


କଟକ,୨୯/୦୪ : ପହଲଗାମ୍ ଆତଙ୍କୀ ହମଲାର ମୁକସାକ୍ଷୀଙ୍କ ଘରେ ପହଞ୍ଚିଲେ ଏନଆଇଏ ଟିମ୍ । କଟକ ଦେଉଳସାହିରେ ଏନଆଇଏର ୩ ଜଣିଆ ଟିମ୍ ଉପସ୍ଥିତ ଅଛନ୍ତି। ରଞ୍ଜିତ ଭୋଳଙ୍କ ଘରେ ପହଞ୍ଚି ୨ ଘଣ୍ଟାର ପଚରାଉଚରା କରିଛନ୍ତି।

Ad..


ପହଲଗାମରେ ଘଟିଥିବା ଆତଙ୍କୀ ହମଲା ବେଳେ ରଞ୍ଜିତ ଭୋଳଙ୍କ ପରିବାର ସେଠାରେ ଉପସ୍ଥିତ ଥିଲେ। ସେମାନେ ଆତଙ୍କବାଦୀଙ୍କ ବର୍ବର ଆକ୍ରମଣକୁ ନିଝ ଆଖିରେ ଦେଖିଥିଲେ। ସୌଭାଗ୍ୟବଶତଃ ସେମାନେ ସେଠାରେ ଜୀବନ ବଞ୍ଚାଇ ଫେରି ଆସିଛନ୍ତି ।

Ad..


ସୂଚନା ଅନୁସାରେ, ପହଲଗାମ୍‌କୁ ବାପା , ମାଆ, ପୁଅ, ବୋହୂ ୪ ଜଣ ବୁଲିବାକୁ ଯାଇଥିଲେ । ଏହି ସମୟରେ ଆତଙ୍କବାଦୀଙ୍କ ଆକ୍ରମଣ ହୋଇଥିଲା । ତେବେ ଏନଆଇଏ ଟିମ୍ ଏହି ସମୟର ଘଟଣା ବିଷୟରେ ତଦନ୍ତ ପାଇଁ କଟକରେ ପହଞ୍ଚିଛି ।



Edited by k.s thakur...



Post a Comment

Previous Post Next Post