ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ...

ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ...


ଭୁବନେଶ୍ଵର,୧୮/୦୪ : ମାଲେସିଆ ଯିବେ ଓଡ଼ିଶା ଚାଷୀ । ଚାଷୀଙ୍କୁ ମାଲେସିଆ ବୁଲାଇବ କୃଷି ବିଭାଗ । କାଲିଠୁ ୭ ଦିନିଆ ମାଲେସିଆ ଗସ୍ତରେ ଯାଇ କୃଷି ଭିତ୍ତିକ ଶିଳ୍ପ, କୃଷି ଅନୁସନ୍ଧାନ କେନ୍ଦ୍ର ପରିଦର୍ଶନ କରିବେ ଚାଷୀ ଓ କୃଷି ଅଧିକାରୀ । 

Ad..


ଏପ୍ରିଲ ୧୯ରୁ ୨୬ ତାରିଖ ଯାଏ ବିଭିନ୍ନ ଅଞ୍ଚଳର ୧୪ ଚାଷୀ ଓ ୧୪ ଅଧିକାରୀ ମାଲେସିଆ ଯିବେ । ଏହି କାର୍ଯ୍ୟକ୍ରମର ଦାୟିତ୍ୱ ବହନ କରିବ ନାବାର୍ଡ ଓ ବିଶ୍ୱ ବ୍ୟାଙ୍କ୍‌ ।ଆଜି ଅନୁଷ୍ଠାନିକା ଭାବେ ଏହି କାର୍ଯ୍ୟକ୍ରମକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । 

ସେଠାରେ କୃଷି ଭିତ୍ତିକ ଶିଳ୍ପ, କୃଷି ଅନୁସନ୍ଧାନ କେନ୍ଦ୍ର ପରିଦର୍ଶନ, ଛତୁ ଉତ୍ପାଦନ, ଆଧୁନିକ ପ୍ରଣାଳୀରେ ଉନ୍ନତ ଧାନ ଚାଷ ଏବଂ ଜଳବାୟୁ ସହନଶୀଳ କୃଷି ପଦ୍ଧତି ଶିଖିବାର ସୁଯୋଗ ପାଇବେ ଚାଷୀ । 

ରାଜ୍ୟରେ କୃଷିଜାତ ଦ୍ରବ୍ୟର ଉତ୍ପାଦନ ଓ ବ୍ୟବସାୟକୁ ଦ୍ବିଗୁଣିତ କରିବା ଲକ୍ଷ୍ୟରେ ଏଭଳି କାର୍ଯ୍ୟକ୍ରମ ହେଉଛି । ମାଲେସିଆ ଗସ୍ତ କାଳରେ ପ୍ରତି ଦିନର ରିପୋର୍ଟ ପ୍ରସ୍ତୁତ କରିବାକୁ ଚାଷୀ ଓ ଅଫିସରଙ୍କୁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।



Edited by k.s thakur...





Post a Comment

Previous Post Next Post