ସଂକଳ୍ପ ପରିବାରର ରକ୍ତଦାନ ଶିବିରରେ ମୋଟ ୪୧ ୟୁନିଟ ରକ୍ତ ସଂଗ୍ରହ...

ସଂକଳ୍ପ ପରିବାରର ରକ୍ତଦାନ ଶିବିରରେ ମୋଟ ୪୧ ୟୁନିଟ ରକ୍ତ ସଂଗ୍ରହ...

ବରଗଡ଼/ପଦ୍ମପୁର,୧୭/୦୪ :- ପଦ୍ମପୁର ବ୍ଲକ ଅଧିନସ୍ତ ଜମଳା ପଞ୍ଚାୟତ ଅନ୍ତର୍ଗତ ଡୁଙ୍ଗୁରିପାଲି ଗ୍ରାମରେ ହେଉଥିବା ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅବସରରେ ସଂକଳ୍ପ ପରିବାର ତରଫରୁ ଆଜି ଗୁରୁବାର ଦିନ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜନ ହୋଇଯାଇଛି। 

         Ad..


ଆଜିର ରକ୍ତଦାନ ଶିବିରରୁ ମୋଟ ୪୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ସୂଚନା ମୁତାବକ ବଢୁଥିବା  ଗ୍ରୀଷ୍ମ ଉତ୍ତାପକୁ ନଜର ରଖି ସଂକଳ୍ପ ପରିବାର ତରଫରୁ ଗ୍ରୀଷ୍ମ କାଳୀନ ରକ୍ତଦାନ ଶିବିର ଆରମ୍ଭ କରାଯାଇଛି ଏହି ପରିପେକ୍ଷୀରେ ଆଜି ପଦ୍ମପୁର ବ୍ଲକ ଜମଳା ପଞ୍ଚାୟତ ଡୁଙ୍ଗୁରିପାଲି ଗ୍ରାମରେ ହେଉଥିବା ମନ୍ଦିର ପ୍ରତିଷ୍ଠା ଅବସରରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। 

ଆଜିର ରକ୍ତଦାନ ଶିବିରକୁ  ଗ୍ରାମର ଭଦ୍ର ବ୍ୟକ୍ତି ଶ୍ରୀ ରାଧା ରମନ ପାଣିଗ୍ରାହୀ ଫିତା କାଟି ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ଆଜିର ଶିବିରରେ ତିନିଜଣ ମହିଳା ରକ୍ତଦାତା ସମେତ ମୋଟ ୪୧ ଜଣ ରକ୍ତଦାତା ସ୍ବେଛାକୃତ ଭାବରେ ରକ୍ତଦାନ କରିଥିଲେ। 

ଆଜିର ଶିବିରକୁ ସଂକଳ୍ପ ପରିବାରର ସକ୍ରିୟ ସଦସ୍ୟ ଗତିକୃଷ୍ଣ ଭୋଇଙ୍କ ତତ୍ୱାବଧାନରେ ପରିଚାଳିତ ହୋଇଥିବା ବେଳେ ନିରାକାର ପଧାନ, ଅନନ୍ତ ସାହୁ, ଚନ୍ଦନ ପଧାନ, ସୁରେନ ଭୋଇ, ରାଜକୁମାର ବନଛୋର, ବାସ୍ମତୀ ବନଛୋର, ବେବି ବେହେରା, ପବିତ୍ର ସାହୁ, ଆୟୁଷ୍ମାନ ବାରିକ, ଦ୍ରୋଣ ବେହେରା,ବିକାଶ ଅଗ୍ରୱାଲ ପ୍ରମୁଖ ସହଯୋଗ କରିଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post