ଠକେଇ ଅଭିଯୋଗରେ ବ୍ୟାଙ୍କ ମିତ୍ର ଗିରଫ ଲାପଟପ୍, ପ୍ରିଣ୍ଟର ଜବତ...
ଅମ୍ବାଭୋନା,୧୧/୦୪ :- ବରଗଡ ଜିଲ୍ଲା ଅମ୍ବାଭୋନା ଥାନା ଅର୍ନ୍ତଗତ ବିଚ୍ଛିନ୍ନାଞ୍ଚଳ ତଥା ମହାନଦୀ କୂଳରେ ଥିବା ଜରିମୁଲି ଗ୍ରାମରେ ଲୋକଙ୍କୁ ହାତପାହାନ୍ତାରେ ବ୍ୟାଙ୍କ ସେବା ଯୋଗାଇ ଦେବାର ପ୍ରତିଶୃତି ନେଇ ବ୍ୟାଙ୍କ ମିତ୍ର ରାଜେନ୍ଦ୍ର ବାଗଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏକ ଇଣ୍ଡୁସିଣ୍ଡ ବ୍ୟାଙ୍କ ର ସହଜ ଜନ ସେବା କେନ୍ଦ୍ର ଦିର୍ଘ ଚାରି ପାଞ୍ଚ ବର୍ଷ ପୂର୍ବେ ଖୋଲାଯାଇଥିଲା।
Ad..
ଲୋକେ ବ୍ୟାଙ୍କ ସେବା ସହଜରେ ଓ ସୁବିଧାରେ ପାଇବା ଲକ୍ଷ୍ଯ ନେଇ ଆକାଉଣ୍ଟ ଖୋଲି ନେଣ ଦେଣ କରୃଥିଲେ। ସ୍ଥାନୀୟ ଅଞ୍ଚଳର ବ୍ୟାଙ୍କ ମିତ୍ର ଜରିମୁଲି ଗ୍ରାମର ଯୁବକ ରାଜେନ୍ଦ୍ର ବାଗ ଙ୍କୁ ବିଶ୍ବାସ କରି ଜରିମୁଲି,ଛତାଦେଇ ତଥା ଆଖପାଖ ଗ୍ରାମର ସ୍ବୟଂ ସହାୟିକା ଗୋଷ୍ଠୀ ମଧ୍ୟ ସେହି ବ୍ୟାଙ୍କରୁ ବିଭିନ୍ନ ସମୟରେ ଋଣ ଉଠାଣ କରୁଥିଲେ।
ମାତ୍ର ଗ୍ରାହକଙ୍କ ବିଶ୍ବାସରେ ବିଷ ଦେଇ ସଂପୃକ୍ତ ବ୍ୟାଙ୍କ ମିତ୍ର ଦୁଇ ବର୍ଷ ପୂର୍ବେ ଠକେଇ କରି ନେଇଥିବା ଗ୍ରାମର ଆନଦ କୁମୁରା ଅମ୍ବାଭୋନା ଥାନାରେ ଏତଲା ଦେଇଥିଲେ। ସେହିଦିନ ଠାରୁ ସଂପୃକ୍ତ ବ୍ୟାଙ୍କ ମିତ୍ର ଫେରାର ହୋଇଯାଇଥିଲେ। ପୋଲିସ ଏ ନେଇ ଏକ ମାମଲା ରୁଜୁ କରିଥିଲା।
ତଦନ୍ତ ସମୟରେ ସଂପୃକ୍ତ ବ୍ୟାଙ୍କ ମିତ୍ର ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀ ଓ ବ୍ଯକ୍ତି ଙ୍କ ନାମରେ ୧୫ ଲକ୍ଷ ୫୪ ହଜାର ୭ଶହ ଟଙ୍କା ଋଣ ଉଠାଣ କରି ଗ୍ରାହକମାନଙ୍କୁ ଲିଙ୍କ ଫେଲ, ସର୍ଭର ଡାଉନ ଥିବା ଆଦି ବାହାନା ଦେଖାଇ ସେମାନଙ୍କଠାରୁ ଫିଙ୍ଗର ପ୍ରିଣ୍ଟ ନେଇ ଟଙ୍କା ଉଠାଇ ଚମ୍ପଟ ମାରିଥିଲା।
କୋୖଣସି ସୁତ୍ରରୁ ଖବର ପାଇ ଅମ୍ବାଭୋନା ଥାନାଧିକାରୀ ବିପିନ ବାଗ ଙ୍କ ନେତୃତ୍ବରେ ଏକ ପୋଲିସ ଟିମ ଅଭିଯୁକ୍ତ ରାଜେନ୍ଦ୍ର ବାଗ ଙ୍କୁ ଧରିବାରେ ସଫଳ ହୋଇଥିଲେ।ଏ ନେଇ ଅମ୍ବାଭୋନା ଥାନାରେ ୬୫/୨୦୨୫ରେ ମାମଲା ରୁଜୁ କରି ବି ଏନ୍ ଏସ ଧାରା ୩୧୮(୪),୩୩୮,୩(୫ ) ରେ ଅଭିଯୁକ୍ତ ରାଜେନ୍ଦ୍ର ବାଗଙ୍କୁ ଅମ୍ବାଭୋନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।
ଏଥି ସହିତ ତାଙ୍କ ଠାରୁ ବ୍ୟବହୃତ କମ୍ପ୍ୟୁଟର,ସିପିଓ,ମନିଟର,କି ବୋର୍ଡ,ମାଉସୀ, ଦୁଇଟି ପ୍ରିଣ୍ଟର ମେସିନ, ଏକ ଲ୍ୟାପଟପ୍, ଆଖି ସ୍କାନର,ଫିଙ୍ଗର ପ୍ରିଣ୍ଟର,ଏକ ହାର୍ଡ ଡିସ୍କ, ଦୁଇଟି ମୋଟର ସାଇକେଲ, ଗୋଟିଏ ମୋବାଇଲ ଫୋନ ଏବଂ ତାଙ୍କ ଠାରୁ ନଗଦ ୧୩ ହଜାର ଟଙ୍କା ପୋଲିସ ଜବତ କରିଛି। ପଚରାଉଚରା ସମୟରେ ସବୁ ଟଙ୍କା ଅନଲାଇନ ଗେମ ଖେଲି ଖର୍ଚ୍ଚ କରିଥିବା ପୋଲିସକୁ ପ୍ରକାଶ କରିଛି।
Report : Bijay ku sahu
Edited by k.s thakur...


