କାଳ ବୈଶାଖୀ ର ଅଦିନିଆ ବଜ୍ରପାତ ନେଲା ୨ ଜୀବନ...

କାଳ ବୈଶାଖୀ ର ଅଦିନିଆ ବଜ୍ରପାତ ନେଲା ୨ ଜୀବନ...


ବରଗଡ଼,୩୦/୦୪ : ବରଗଡ଼ ଜିଲ୍ଲା ପଦ୍ମପୁର ସ୍ଥିତ ଲଖମରା ରେ ବଜ୍ରାଘାତ ରେ ଗୋଟିଏ ପରିବାରର 2ଜଣ ମୃତ।ମୃତ ଦୁଇଜଣ ହେଲେ ଲଖମରା ଗ୍ରାମର ଆଶିଷ ମେହେର ଓ ତାଙ୍କର ବଡ଼ମା ମମତା ମେହେର।  

Ad..


ଆଜି ସକାଳୁ ସାମାନ୍ୟ ବର୍ଷା ପାଗ ଲାଗି ରହିଥିବା ବେଳେ ଉଭୟ ମାଁ ପୁଅ ନିଜର ଚାଷ ଜମିକୁ ଯାଇଥିଲେ ସେଠାରେ ଚାଷ କାର୍ଯ୍ୟରେ କାର୍ଯ୍ୟରତ ଥିବା ସମୟରେ ବର୍ଷା ସହିତ ଘଡଘଡି ହେବାରୁ ଚାଷ ଜମିରେ ନିର୍ମିତ ଅସ୍ଥାୟୀ ଘରରେ ସେମାନେ ଆଶ୍ରୟ ନେଇଥିଲେ। 

Ad..


ସେହି ସମୟରେ ବଜ୍ରାଘାତ ହୋଇଥିଲା ଓ ମମତା ମେହେରଙ୍କ ଶରୀରରେ ସିଧା ସଳଖ ଲାଗିଥିବାରୁ ସେ ଘଟଣା ସ୍ଥଳରେ ସମ୍ପୂର୍ଣ ଭାବରେ ଜଳି ଯାଇଥିଲେ ଓ ଆଶିଷ ମେହେରଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ 108 ଆମ୍ବୁଲାନ୍ସ ସାହାଯ୍ୟରେ ପଦ୍ମପୁର ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। 

ସେଠାରେ କାର୍ଯ୍ୟରତ ଡାକ୍ତର ଆଶିଷ ମେହେରଙ୍କୁ ମୃତ ଘୋଷଣା କରିଥିଲେ। ବର୍ତମାନ ଶବ ବ୍ୟବଚ୍ଛେଦ ପରେ ଉଭୟ ମାଁ ପୁଅଙ୍କ ମୃତ ଶରୀର ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ନେଇ ସୂଚନା ରହିଅଛି । ତେବେ ବଜ୍ରାଘାତରେ ଗୋଟିଏ ପରିବାରର ଦୁଇଜଣ ସଦସ୍ୟଙ୍କ ମୃତ୍ୟୁ ବରଣ ହେବାକୁ ନେଇ  ଅଞ୍ଚଳରେ ଶକୋର ଛାୟା ଖେଳିଯାଇଛି।



Report : Bijay ku sahu

Edited by k.s thakur...



Post a Comment

Previous Post Next Post