ମାଝୀପଡା ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ...

ମାଝୀପଡା ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ...


କଣ୍ଟାବାଞ୍ଜି,୧୫/୦୪ : କାଦୋବେଡା ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ମାଝୀପଡ଼ା ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଓ ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।

Ad..


ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ କାଦୋବେଡା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରେମରାଜ ପାଣିଗ୍ରାହୀ ,ମୁଖ୍ୟ ବକ୍ତା ଭାବରେ  ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶ , ସମ୍ମାନିତ ଅତିଥି ଭାବରେ ଚୂଡ଼ାମଣି ମାଝୀ,  ଭୂଷଣ ବେହେରା,ମକର ଧ୍ୱଜ ମାଝୀ ଓ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ହେମନ୍ତ ଧରୁଆ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମର ଶୁଭାରମ୍ଭ ମା ସରସ୍ବତୀଙ୍କ ଫଟୋଚିତ୍ରରେ ଫୁଲ,ଚନ୍ଦନ,ଧୂପଦୀପ ଅର୍ପଣ କରି ଅତିଥି ମାନଙ୍କ ଦ୍ୱାରା ପୂଜାର୍ଚନା କରା ଯାଇଥିଲା।ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ଲୁହା ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହିତ ମଞ୍ଚ ପରିଚାଳନା ଓ ସହକାରୀ ଶିକ୍ଷକ ନିରଞ୍ଜନ ନାଗ ଧନ୍ୟବାଦ ଅର୍ପଣ କରିଥିଲେ।

ମୁଖ୍ୟ ବକ୍ତା ବିରଞ୍ଚି ନାରାୟଣ ଦାଶ ତାଙ୍କର ବକ୍ତବ୍ୟରେ ବାର୍ଷିକ ଉତ୍ସବ, ଆମ ଖେଳଣା ଆମ ସଂସ୍କୃତିର ଲକ୍ଷ୍ୟ,ଉଦ୍ଦେଶ୍ୟ ଓ ଛାତ୍ର ଛାତ୍ରୀ ମାନଙ୍କର ସର୍ବାଙ୍ଗୀନ ବିକାଶ କିଭଳି ହୋଇ ପାରିବ ଓ ସେମାନେ ତାଙ୍କର ଭବିଷ୍ୟତ ଜୀବନରେ କିପରି ପ୍ରୟୋଗ କରି ପାରିବେ ସେ ବିଷୟରେ ଛାତ୍ରଛାତ୍ରୀ,ଅବିଭାବକ, ଶିକ୍ଷକଙ୍କୁ ପ୍ରାଞ୍ଜଳ ଭାବରେ ବୁଝାଇ ଥିବା ସହିତ ସେଥିପ୍ରତି ଯତ୍ନବାନ ହେବାକୁ ପରାମର୍ଶ ମଧ୍ୟ ଦେଇଥିଲେ।ପୂର୍ବରୁ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି କୃତିତ୍ୱ ଲାଭ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରା ଯାଇଥିଲା।



Edited by k.s thakur...

Post a Comment

Previous Post Next Post