ଶ୍ରୀ ଶ୍ରୀ ମାଁ ଶ୍ୟାମାକାଳୀ ମନ୍ଦିରରେ ବାସନ୍ତିକ ନବଦିନାତ୍ମକ ପୂଜା ସମ୍ପନ୍ନ...
ବରଗଡ଼,୦୭/୦୪ : ବରଗଡ ସ୍ଥିତ ଶ୍ରୀ ଶ୍ରୀ ମାଁ ଶ୍ୟାମାକାଳୀ ମନ୍ଦିରରେ ଅନୁଷ୍ଠିତ ହେଉଥିବା ବାସନ୍ତିକ ନବଦିନାତ୍ମକ ପୂଜା ଆଜି ରାତ୍ରୀରେ ସମ୍ପନ୍ନ ହୋଇଛି । ପ୍ରତ୍ୟହ ମାଁଙ୍କ ବିହିତ ପୂଜା ସହିତ ସୂର୍ଯ୍ୟପୂଜା, ଘଟ ପୂଜା, ଅଷ୍ଟାଦଶ ମାତୃଗଣ ପୂଜା, ନବଗ୍ରହ ପୂଜା, ଦଶଦିଗପାଳ ପୂଜା, ବସୁଧାରା, ବର୍ଦ୍ଧନୀ ପୂଜା, ନବପତ୍ରିକା ପୂଜା, ପାର୍ଶ୍ବଦେବତା ପୂଜା, ବାବା ଶ୍ୟାମେଶ୍ବରଙ୍କ ଠାରେ ଋଦ୍ରାଭିଷେକ, ପ୍ରଭୁ ଜଗନ୍ନାଥଙ୍କ ଠାରେ ଜଗନ୍ନଥଷ୍ଟକ୍ମ, ହନୁମାନ ମନ୍ଦିରରେ ହନୁମାନ ଚାଲିଷା ପଠନ ହୋଇ ଚଣ୍ତି ଯଜ୍ଞ ଅନୁଷ୍ଠିତ ହୋଇଥାଏ।
Ad..
ଚୈତ୍ର ଅମାବାସ୍ୟା ଠାରୁ ନବମୀ ପର୍ଯ୍ୟନ୍ତ ଅନୁଷ୍ଠିତ ବାସନ୍ତିକ ନବଦିନାତ୍ମକ ପୂଜା ମହୋତ୍ସବରେ ପ୍ରତ୍ୟହ ଶତାଧିକ ଭକ୍ତ ମା'ଙ୍କ ଦର୍ଶନ କରି ଆଶିର୍ବାଦ ଭିକ୍ଷା କରିଥାନ୍ତି । ପ୍ରତ୍ୟହ ସଂଧ୍ୟାରେ ସଂଧ୍ୟା ଅରତି ପରେ ଉପସ୍ଥିତ ଭକ୍ତଙ୍କୁ ମନ୍ଦିର ପରିଚାଳନା ତରଫରୁ ମ'ଙ୍କ ଠାରେ ଲାଗି ହୋଇଥିବା ପ୍ରସାଦ ବଣ୍ଟନ କରାଯାଇଥାଏ ।
ବିଗତ୍ କାଲି ନବମୀ ବିହିତ ପୂଜା, ନବକୁମାରୀ ପୂଜାର୍ଚ୍ଚନା ପରେ ରାମନବମୀ ଉପଲକ୍ଷେ ବିଶେଷ ପୂଜା କରାଯାଇଥିଲା । ଭଗବାନଙ୍କ ଷଷ୍ଠ ଅବତାର ଶ୍ରୀ ରାମଚନ୍ଦ୍ର । ଯିଏ ଭଗବାନ ସିଏ ରାମଚନ୍ଦ୍ର । ଶ୍ରୀରାମ ଓ ଭଗବାନ ଏକ ଓ ଭିନ୍ନ। ରାମାୟଣରୁ ଜଣାଯାଏ ଯେ, ଶୁକ୍ଲ ନବମୀ କର୍କଟ ଲଗ୍ନରେ ପୁନର୍ବସୁ ନକ୍ଷତ୍ର ସମୟେ ପଞ୍ଚଗ୍ରହ ଉଚ୍ଚ ସ୍ଥାନରେ ଓ ସୂର୍ଯ୍ୟ ମାଷ ରାଶି ଉପରେ ମଧ୍ୟାହ୍ନ କାଳରେ ଶ୍ରୀରାମଙ୍କ ଜନ୍ମ।
ଏହି ପବିତ୍ର ପୂଣ୍ୟ ତିଥି ଶ୍ରୀରାମ ନବମୀ ଭାବେ ସମଗ୍ର ଦେଶରେ ପାଳିତ ହୋଇ ବିଶେଷ ପୂଜା କରାଯାଇଥାଏ । ମାଁ ଶ୍ୟାମାକାଳୀ ମନ୍ଦିରରେ ମଧ୍ୟ ବିଶେଷ ପୁଜା କରାଯାଇ ଶ୍ରୀରାମଙ୍କ କ୍ଷୀରାଭିଷେକ, ରାମସ୍ତୋତ୍ର ପଠନ, ସାମୁହିକ ହନୁମାନ ଚାଲିଷା ପଠନ କରାଯାଇ ହୋମ ଆରତ୍ରି, ପୁଷ୍ପାଞ୍ଜଳି କରାହୋଇଥିଲା ।
କର୍ତ୍ତା ଦାୟିତ୍ବ ସସ୍ତ୍ରୀକ କାନ୍ତା ପ୍ରସାଦ ସାହୁ ନିର୍ବାହ କରିଥିଲେ । ସଂଧ୍ୟାରେ ବାସନ୍ତିକ ନବଦିନାତ୍ମକ ପୁଜାର ପୂର୍ଣ୍ଣାହୁତି ଉପଲକ୍ଷେ ଚଣ୍ତିହବନ, ପୁଷ୍ପଣ୍ତ ବଳୀ, ଦୀପଦାନ, ଆରତ୍ରି , ପୁଷ୍ପାଞ୍ଜଳି ପରେ ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇ ଆଶିର୍ବାଦ ପ୍ରଦାନ କରାଯାଇ ବାସନ୍ତିକ ନବରାତ୍ର ପୂଜା ସମ୍ପନ୍ନ ହୋଇଥିଲା ।
ପଣ୍ତିତ ନରସଂହ ଶତପଥୀ , ଚଣ୍ତିପାଠକ ପଣ୍ତିତ ନରେଶ ମିଶ୍ର, ପଣ୍ତିତ ସଞ୍ଜୟ ଦାଶ, ପଣ୍ତିତ ଅନନ୍ତ ଶତପଥୀ , ପଣ୍ତିତ ଆନନ୍ଦ ଷଢଙ୍ଗୀ, ପଣ୍ତିତ ହରିରାମ ପଣ୍ତା, ପଣ୍ତିତ ସୁମନ୍ତ ଷଡଙ୍ଗୀ, ପୂଜା ଅର୍ଚ୍ଚନା କରିଥିବା ବେଲେ ମୁଖ୍ୟ କର୍ତ୍ତା ସୁଜିତ ଦାଶ ସପତ୍ନିକ ଦାୟିତ୍ବ ତୁଲାଇ ଥିବା ବେଲେ ଆଠଜଣ ସହୟୋଗ କର୍ତ୍ତା ଥିଲେ । ଶ୍ରୀ ଶ୍ରୀ ମାଁ ଶ୍ୟାମାକଳୀ ପୂଜା ପରିଚାଳନା କମିଟିର ସମସ୍ତ ସଭ୍ୟ ବାସନ୍ତିକ ଦୁର୍ଗା ପୂଜାରେ ସହଯୋଗ କରିଥିଲେ ।
Report : Bijay ku sahu
Edited by k.s thakur...


