ମହାନ୍ ଜନ ନାୟକ ବିଜୁ ପଟ୍ଟନାୟକ ଙ୍କ ୧୦୯ ତମ ଜନ୍ମ ଜୟନ୍ତୀ ପାଳିତ...

ମହାନ୍ ଜନ ନାୟକ ବିଜୁ ପଟ୍ଟନାୟକ ଙ୍କ ୧୦୯ ତମ ଜନ୍ମ ଜୟନ୍ତୀ ପାଳିତ...


ବରଗଡ଼,୦୫/୦୩ : ବରଗଡ଼ ବିଜୁ ଜନତା ଦଳ ଆନୁକୁଲ୍ୟରେ ଓଡ଼ିଶା ର ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟ ମନ୍ତ୍ରୀ ବିଜୁ ପଟ୍ଟନାୟକ ଙ୍କ ୧୦୯ ତମ ଜନ୍ମ ଜୟନ୍ତୀ ମହା ସମାରୋହ ରେ ପାଳିତ ହୋଇ ଯାଇଛି । 

Ad..


ବିଜେଡି କାର୍ଯ୍ୟକାରୀ ସଭାପତି ସୁଶାନ୍ତ ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ,ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ,  ବରିଷ୍ଠ ବିଜେଡି ନେତା ଅଚ୍ୟୁତାନନ୍ଦ ମହାପାତ୍ର , ଭୀଷ୍ମ ଦେବ ସରାଫ, ପୌର ଅଧ୍ୟକ୍ଷା କଳ୍ପନା ମାଝୀ, ଉପାଧ୍ୟକ୍ଷ ରାଜେଶ ଅଗ୍ରୱାଲ ,ଟାଉନ ବିଜେଡି ସଭାପତି କିଶୋର ମିଶ୍ର ,ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ କୁମାର ନାଏକ, ଜିଲ୍ଲା ଛାତ୍ର ବିଜେଡି ସଭାପତି କରନ୍ ସିକନ୍ଦର,ଜିତୁ ଭୋଇ, ଅରୁଣ ପ୍ରଧାନ ,ରବି ସାହୁ ,ସୁଶାନ୍ତ ମିଶ୍ର ସୁରୁ ପଧାନ, ବେଲାର ମେହେର, ନିରଂଜନ ମଲ୍ଲିକ, ଭରତ ମହାନ୍ତି, ଲୁଲୁ ଦଲେଇ ଙ୍କ ସମେତ ପୌର ପରିଷଦ ର ସମସ୍ତ କାଉନସିଲର ବୃନ୍ଦ ଓ ବିଜେଡି ର ସାଂଗଠନିକ ନେତ୍ରୁ ମଣ୍ଡଳୀ ଉପସ୍ଥିତ ରହି ବିଜୁ ବାବୁ ଙ୍କ ସ୍ମୃତି ଚାରଣ କରି ତାଙ୍କୁ ଓଡ଼ିଆ ଜାତିର ଗର୍ବ ଓ ଗୌରବ ବୋଲି ଅଭିହିତ କରିଥିଲେ । 

ପଞ୍ଚାୟତି ରାଜ ବ୍ୟବସ୍ଥା କୁ ଓଡ଼ିଶା ରେ ସୁଦୃଢ଼ କରିବାରେ ବିଜୁ ବାବୁ ଙ୍କ ଗୁରୁତ୍ବ ପୂର୍ଣ୍ଣ ଭୂମିକା ରହିଥିବା ବେଳେ ଓଡ଼ିଶା ରେ  ୧୯୯୩  ମସିହା ରୁ ତାଙ୍କ ଜନ୍ମ ଦିବସ କୁ ପଞ୍ଚାୟତି ରାଜ ଦିବସ ଭାବେ ପାଳିତ ହୋଇ ଆସୁଥିବା ବେଳେ ରାଜ୍ୟ ବିଜେପି ସରକାର ଚଳିତ ବର୍ଷ ମାର୍ଚ୍ଚ ୫ ତାରିଖ ବିଜୁ ବାବୁ ଙ୍କ ଜନ୍ମ ଦିନ ରେ ପାଳିତ ହେଉଥିବା ପଞ୍ଚାୟତି ରାଜ ଦିବସ କୁ ବାତିଲ କରିବା ଅତ୍ୟନ୍ତ ହୀନ ମାନସିକତା ବୋଲି ବିଜେଡି ନେତ୍ରୁ ମଣ୍ଡଳୀ ରାଜ୍ୟ ବିଜେପି ସରକାର କୁ କଟୁ ସମାଲୋଚନା କରିବା ସହ ବିଜେଡି ଆଗାମୀ ଦିନ ରେ ଆନ୍ଦୋଳନ କୁ ଓହ୍ଲାଇବ ବୋଲିବ  ଚେତାବନୀ ପ୍ରଦାନ କରିଥିଲେ।

ଏହି ଅବସର ରେ ବିଜେଡି ନେତ୍ରୁ ମଣ୍ଡଳୀ ଓ ଦଳୀୟ କର୍ମୀ ଏକ ଶୋଭାଯାତ୍ରା ରେ ବାହାରି ସ୍ଥାନୀୟ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।



Report : Bijay ku sahu

Edited by k.s thakur...



Post a Comment

Previous Post Next Post