କିଶୋରୀ ବାଳିକା ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଟିତ...
ବରଗଡ଼,୨୬/୦୩ : ବରଗଡ଼ ରାଣା ପ୍ରତାପ ସ୍କୁଲ ରେ କିଶୋରି ବାଳିକା ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି । ବରିଷ୍ଟ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାମୟୀ ତ୍ରିପାଠୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି ସଚେତନତା କାର୍ଯ୍ୟକ୍ରମ ରେ ନିଳୀମା ପ୍ରଧାନ ,ସୀମା ଭୋଇ,ଜ୍ୟୋତି ବେହେରା ଦୀପିକା କୁଲୁ...
Ad..
ଭାରତୀ ସେଟ୍ ସୁନୀତା ମିଶ୍ର ପ୍ରମୁଖ ଉପସ୍ଥିତ ରହି ନବମ ଓ ଦଶମ ଶ୍ରେଣୀ ର ବାଳିକା ଛାତ୍ରୀ ମାନେ କିପରି ଶୃଙ୍ଖଳିତ ଜୀବନ ଯାପନ କରିବେ ଓ ମୋବାଇଲ ବ୍ୟବହାର ର ସଦୁପଯୋଗ କରିବେ ଓ ନିୟମିତ ଯୋଗାଭ୍ୟାସ କରି ନିଜକୁ ସୁସ୍ଥ ରଖି ପାରିବେ ସେ ବିଷୟ ରେ ଉପସ୍ଥିତ ଛାତ୍ରୀ ମାନଙ୍କୁ ବିସ୍ତୃତ ଭାବେ ଅବଗତ କରାଇଥିଲେ।
ଏଥି ସହିତ ଛାତ୍ରୀ ମାନେ ସୁଷମ ଖାଦ୍ୟ ଖାଇ ନିଜର ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବାକୁ ମଧ୍ୟ ପରାମର୍ଶ ପ୍ରଦାନ କରିଥିଲେ ।ଶିକ୍ଷୟିତ୍ରୀ ଗୀତା ଜାଲ ଧନ୍ୟବାଦ୍ ଅର୍ପଣ କରିଥିଲେ ।
Report : Bijay ku sahu
Edited by k.s thakur...


