ପୁଣି ମାତିଲେ ଭଣ୍ଡ ସାରଥିଙ୍କ ଅନୁଗାମୀ; ଜଗନ୍ନାଥଙ୍କ ପ୍ରତିମା ପାଖରେ ସାରଥିଙ୍କ ଫଟୋ ରଖି କଲେ ପୂଜାର୍ଚ୍ଚନା...
ଭୁବନେଶ୍ୱର,୧୪/୦୩ : ପୁଣି ମାତିଛନ୍ତି ଭଣ୍ଡ ସାରଥି ଓରଫ ସନ୍ତୋଷ ରାଉଳଙ୍କ ଅନୁଗାମୀ । ଭୁବନେଶ୍ବର ଓ ଜୟପୁରରେ ଭଣ୍ଡ ସାରଥି ଅନୁଗାମୀଙ୍କ ପୂଜାର୍ଚ୍ଚନା କରାଯାଉଥିବା ଦେଖିବାକୁ ମିଳିଛି ।
Ad..
ସେ ବି ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମା ପାଖରେ ସାରଥୀ ଓରଫ ସନ୍ତୋଷ ରାଉଳଙ୍କ ଫଟୋ ରଖି ପୂଜା କରିଥିବା ଦେଖିବାକୁ ମିଳିଛି । ଏହା ସହ ଜଗନ୍ନାଥ-ସାରଥି ଏକ ଏବଂ ଅଭିନ୍ନ କହିଛନ୍ତି ଭଣ୍ଡ ସାରଥିଙ୍କ ଅନୁଗାମୀ ।
ସୂଚନା ଯୋଗ୍ୟ; ଭୁବନେଶ୍ଵର କାର୍ଗିଲ ବସ୍ତିରେ ଦୋଳପୂର୍ଣ୍ଣିମା ଅବସରରେ ସାରଥୀଙ୍କ ପାଇଁ ସ୍ଵତନ୍ତ୍ର ଉତ୍ସବ ଆୟୋଜନ ହୋଇଛି । ଭକ୍ତମାନେ ସତସଙ୍ଗ ଆୟୋଜନ କରି ସାରଥୀ ଗାଇଥିବା ଭଜନର ତାଳେ ତାଳେ ଦୋଳ ଉତ୍ସବ ପାଳନ କରୁଛନ୍ତି । ଏଥିସହ ସାରଥୀଙ୍କୁ ଭଗବାନ ଦର୍ଶାଇ ତାଙ୍କ ଫଟୋ ରଖି ଭଜନ କୀର୍ତ୍ତନ ଚଳାଇଛନ୍ତି ।
ସେହିପରି କୋରାପୁଟର ଜୟପୁର ନିକଟସ୍ଥ ଫାମ୍ପୁଣିରେ ବି କିଛି ସାରଥୀ ଭକ୍ତ ଭଜନ, କୀର୍ତ୍ତନ କରୁଥିବା ଦେଖା ଯାଇଛି। ଏହାକୁ ନେଇ ବର୍ତ୍ତମାନ ନୂଆ ବିବାଦ ଦେଖାଯାଇଛି । ଜଗନ୍ନାଥଙ୍କୁ ଛୋଟ ଏବଂ ସାରଥିଙ୍କୁ ବଡ଼ ଦର୍ଶାଉଥିବା ନେଇ ଜନସାଧାରଣଙ୍କ ମନରେ ଅସନ୍ତୋଷ ଦେଖାଯାଇଛି ।
Edited by k.s thakur...


