ହଲନଭଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ...

ହଲନଭଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ...


କଣ୍ଟାବାଞ୍ଜି,୦୫/୦୩ : ଗଇନ୍ଦିମାଲ ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ହଲନଭଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।ତୁରେକେଲା ବ୍ଳକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଫକୀର ଚରଣ ବିଶିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସରପଞ୍ଚ ରଶ୍ମିତା ଦାସ, ମୁଖ୍ୟ ଅତିଥି, ତୁରେକେଲା ସିଆରସିସି ବିରଞ୍ଚି ନାରାୟଣ ଦାଶ, ମୁଖ୍ୟ ବକ୍ତା, ଭାଇସ ଚେୟାରମ୍ୟାନ ଧନମତି ଖୁରା,ସିଆରସିସି କୃତିବାସ ବରିହା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।

Ad..


ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋବିନ୍ଦ ହିଆଲ ସ୍ୱ।ଗତ ଅଭିଭାଷଣ, ଶିକ୍ଷକ ଦୀପକ ନାୟକ ସଭା ପରିଚାଳନା ଓ ଦୀପିକା ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।ବାର୍ଷିକ ଉତ୍ସବ ଛାତ୍ରଛାତ୍ରୀ ମାନଙ୍କ ପାଇଁ ରିଚାର୍ଜର କାମ କରିଥାଏ ଏବଂ ଜଙ୍ଗଲ ସୁରକ୍ଷା, ବନାଗ୍ନି ରୋକିବା, ନୂତନ ଜଙ୍ଗଲ ସୃଷ୍ଟି କରିବା ଉପରେ ଶ୍ରୀ ଦାଶ ଆଲୋକପାତ କରିଥିଲେ।

ଛାତ୍ରଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ।ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀ ବିଭିନ୍ନ ଖେଳନା ଓ ଲୁଚି ଯାଉଥିବା ସଂସ୍କୃତି ଉପରେ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ।କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା।

ଶେଷରେ ଛାତ୍ରଛାତ୍ରୀ ନୃତ୍ୟ ପରିବେଷଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଶିକ୍ଷକ ବୈବସୁତ ବାଗ,ଭୀଷ୍ମ କଟା,ଅନନ୍ତ ଟାକରୀ,ବଳଦେବ ସୁନା ସମେତ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ।



Edited by k.s thakur...



Post a Comment

Previous Post Next Post