ଅସହାୟ ମିଠେଇ କୁ ସହଯୋଗ ର ହାତ ବଢାଇଲେ ବ୍ଲକ ପ୍ରଶାସନ ଓ ସ୍ଥାନୀୟ ସରପଞ୍ଚ...
ବରଗଡ଼,୧୯/୦୩ : ବରଗଡ଼ ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ବଗେଇବିରା ଗ୍ରାମ ର ଅସହାୟ ମହିଳା ମିଠେଇ ତାଣ୍ଡି ଏକ ସଡ଼କ ଦୁର୍ଘଟଣା ରେ ତାଙ୍କ ଗୋଡ ଭାଙ୍ଗି ଯାଇଥିବା ବେଳେ ସେ ବହୁ ଦୁଃଖ କଷ୍ଟ ରେ ଗ୍ରାମ ରେ ରହି ନିଜ ଗୁଜୁରାଣ ମେଣ୍ଟାଇ ଆସୁଥିଲେ ।
Ad..
ପୂର୍ବରୁ ସ୍ଥାନୀୟ ସରପଞ୍ଚ ପ୍ରଫୁଲ୍ଲ କୁମାର ନାଏକ ଙ୍କ ଉଦ୍ୟମ ରେ ରାଜ୍ୟ ସରକାର ଙ୍କ ତରଫରୁ ସାମାଜିକ ଭତ୍ତା ଓ ଚାଉଳ ପାଉଥିଲେ । ତେବେ ଗୋଡ ଭାଙ୍ଗି ଯାଇଥିବାରୁ ସେ ଅସହାୟ ହୋଇ ସେ ଗାଁ ଦାଣ୍ଡ ରେ ଘୋଷାରି ହୋଇ ବହୁ କଷ୍ଟ ରେ ଯାଉଥିବା ଦୃଶ୍ୟ ସୋସିଆଲ ମିଡ଼ିଆ ଓ ଗଣ ମାଧ୍ୟମ ରେ ଦେଖିବାକୁ ପାଇ ଗୋବିନ୍ଦପୁର ସରପଞ୍ଚ ଶ୍ରୀ ନାଏକ ଉକ୍ତ ଅସହାୟ ମହିଳା ମିଠେଇ ତାଣ୍ଡି ଘରକୁ ଯାଇ ତାକୁ ଭେଟି ତାଙ୍କ ନିଜ ତରଫରୁ କିଛି ଆର୍ଥିକ ସାହାଯ୍ୟ ସହିତ ରାସନ ମଧ୍ୟ ପ୍ରଦାନ କରିଥିଲେ।
Ad..
ଏଥି ସହିତ ସରପଞ୍ଚ ବରଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ସହ ଯୋଗାଯୋଗ କରି ମିଠେଇ ତାଣ୍ଡି ଙ୍କ ପାଇଁ ଏକ ହୂଇଲ୍ ଚେୟାର ଯୋଗାଇ ଦେବାକୁ ଅନୁରୋଧ କରିଥିଲେ ।ତେବେ ବରଗଡ଼ ବିଡ଼ିଓ ଉକ୍ତ ହିତାଧିକାରୀ ଙ୍କ ପାଇଁ ତୁରନ୍ତ ଏକ ହୁଇଲ୍ ଚେୟାର ପ୍ରଦାନ କରିଥିବା ବେଳେ ସରପଞ୍ଚ ଶ୍ରୀ ନାଏକ ମଙ୍ଗଳବାର ବଗେଇବିରା ଗ୍ରାମ ଯାଇ ଉକ୍ତ ହୁଇଲ ଚେୟାର ମିଠେଇ ତାଣ୍ଡି ଙ୍କୁ ପ୍ରଦାନ କରିଥିଲେ।
ତେବେ ହୂଇଲ ଚେୟାର ପାଇବା ପରେ ମିଠେଇ ଙ୍କ ମୁହଁ ରେ ହସ ଫୁଟିଥିବା ବେଳେ ସ୍ଥାନୀୟ ସରପଞ୍ଚ ଶ୍ରୀ ନାଏକ ଙ୍କ ଉଦ୍ୟମ କୁ ବିଭିନ୍ନ ମହଲ ରେ ପ୍ରଶଂସା କରାଯାଇଛି ।
Report : Bijay ku sahu
Edited by k.s thakur...



