ଅସହାୟ ବୃଦ୍ଧା ଙ୍କୁ ଉଦ୍ଧାର କରି ଡାକ୍ତରଖାନା ରେ ଭର୍ତ୍ତି କରିଲା ସଂକଳ୍ପ ପରିବାର...

ଅସହାୟ ବୃଦ୍ଧା ଙ୍କୁ ଉଦ୍ଧାର କରି ଡାକ୍ତରଖାନା ରେ ଭର୍ତ୍ତି କରିଲା ସଂକଳ୍ପ ପରିବାର...


ପଦ୍ମପୁର,୦୫/୦୩ :  ପଦ୍ମପୁର ସହର ସ୍ଥିତ ସମବାୟ ବ୍ୟାଙ୍କ ସମ୍ମୁଖରେ ମୁର୍ମୁଷ ଅବସ୍ଥାରେ ଅଚେତ ହୋଇ ପଡ଼ିଥିବା ଜଣେ ବୃଦ୍ଧାଙ୍କୁ ପଦ୍ମପୁର ପୋଲିସ କର୍ମଚାରୀ ଅଭିମନ୍ୟୁ ସାହୁ ଙ୍କ ଠୁ ଖବର ପାଇ ସଂକଳ୍ପ ପରିବାର ବରଗଡ ର ସଦସ୍ୟ ଆୟୁଷ୍ମାନ ବାରିକ, ବବଲୁ ସାହୁ, ନିରାକାର ପ୍ରଧାନ,ଗତିକୃଷ୍ଣ ଭୋଇ, ଭଗବାନ ରଣା, ନାରାୟଣ ମେହେର ୧୦୮ ଆମ୍ବୁଲାନ୍ସ ଦ୍ବାରା ପଦ୍ମପୁର ଉପଖଣ୍ଡ ହସ୍ପିଟାଲକୁ ନେଇ ଭର୍ତ୍ତି କରିବା ସହ ଆବଶ୍ୟକ ଚିକିତ୍ସା କରେଇଛନ୍ତି।

Ad..


ଆଗରୁ ଛାତି ଓ ପିଠି ପୋଡ଼ିଯାଇ ଘା ହୋଇଯାଇଛି। ଦୁର୍ଗନ୍ଧ ରେ ଫାଟି ପଡୁଥିବା ଘା କୁ ସଫା କରି ପିନ୍ଧିଥିବା ପୋଷାକ ବଦଳେଇ  ସର୍ଜରୀ ୱାର୍ଡ ରେ ଭର୍ତ୍ତି କରାଯାଇଛି। ବୃଦ୍ଧା ଙ୍କ ପରିଚୟ ମିଲିଳେ ତାଙ୍କ ପରିବାର ଙ୍କୁ ଖବର ଦିଆଯିବ ନଚେତ କୌଣସି ବୃଦ୍ଧାଶ୍ରମ ରେ ଜିମାଦେବେ ବୋଲି ଜଣାପଡିଛି।

ସେ ଯାହା କିଛି ହେଉନା କାହିଁକି ଜଣେ ମା ସୁରକ୍ଷିତ ଓ ପରିବାର ପାଖରେ ପହଞ୍ଚିବା ପାଇଁ ହୋଇଥ‌ିବା ସଂକଳ୍ପ ପରିବାର ର ଉଦ୍ୟମ କୁ ବୁଦ୍ଧିଜୀବୀ ମହଲରୁ ଶତ ଧନ୍ୟବାଦ ଜ୍ଞାପନ କରାଯାଇଛି।



Report : Bijay ku sahu

Edited by k.s thakur...



Post a Comment

Previous Post Next Post