ଗୋବିନ୍ଦପୁର ପଞ୍ଚାୟତ ବଗେଇବିରା ଗ୍ରାମ "ସୁସ୍ଥ ଗାଁ" ଭାବେ ପୁରସ୍କୃତ...

ଗୋବିନ୍ଦପୁର ପଞ୍ଚାୟତ ବଗେଇବିରା  ଗ୍ରାମ "ସୁସ୍ଥ ଗାଁ" ଭାବେ ପୁରସ୍କୃତ...


ବରଗଡ,୦୬/୦୩ :  ବରଗଡ଼ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ଗାଁ କଲ୍ୟାଣ ସମିତି  ବଗେଇବିରା ଗ୍ରାମ କୁ ସୁସ୍ଥ ଗ୍ରାମ ଗଠନ ରେ ଉଲ୍ଲେଖନୀୟ୍ ଭୂମିକା ପାଇଁ ବରଗଡ଼ ବ୍ଲକ ର "ସୁସ୍ଥ ଗାଁ" ଭାବେ ପୁରସ୍କୃତ କରାଯାଇଛି ।

Ad..


ଏହି ଅବସର ରେ  ସ୍ଥାନୀୟ ଅଙ୍ଗନୱାଡ଼ି କର୍ମୀ ସୌଦାମିନୀ ଭୁଏ, ଆଶା କର୍ମୀ ପ୍ରଭାସିନୀ ତାଣ୍ଡି,ୱାର୍ଡ ମେମ୍ବର ସଂନ୍ତୋଷିନି କୁଅଁର ଓ ଗ୍ରାମବାସୀ ଙ୍କ ମିଳିତ ଉଦ୍ୟମ ଓ ପ୍ରୟାସ ରେ ଏହି  ଗ୍ରାମ  ସୁସ୍ଥ ଗ୍ରାମ ରେ ପରିଣତ ହୋଇ ପାରିଥିବା ବେଳେ ଜିଲ୍ଲା ପ୍ରଶାସନ ତରଫରୁ ଜିଳପାଳ ପୁରସ୍କୃତ କରିଛନ୍ତି । 

ତେବେ ସୁସ୍ଥ ଗ୍ରାମ ଭାବେ ପୁରସ୍କୃତ ହେବା ପରେ ସ୍ଥାନୀୟ ସରପଞ୍ଚ ପ୍ରଫୁଲ୍ଲ କୁମାର ନାଏକ ସମିତି ସଭ୍ୟ ଜ୍ଞାନ ରଞ୍ଜନ ବିଶ୍ଵାଳ ଙ୍କ ସମେତ ଗ୍ରାମ ର  ବଗେଇବିରା ଇଣ୍ଡିଆନ୍ ମିଲିଟାରୀ ଏକାଡେମୀ ,ବୀର ବଜରଙ୍ଗ ବଲି ଯୁବା ସଂଗଠନ,ଆମ୍ବେଦକର ଯୁବା ସଂଘ ,ସ୍ଵାମୀ ବ୍ରହ୍ମାନନ୍ଦ କ୍ଲବ୍ ,ରାଜୀବ କ୍ଲବ୍ ପ୍ରମୁଖ ଅନେକ  ସଂଗଠନ ତରଫରୁ ଜିଲ୍ଲା ପ୍ରଶାସନ ତରଫରୁ ପୁରସ୍କୃତ ହୋଇଥିବା  ଅଙ୍ଗନୱାଡ଼ି କର୍ମୀ ଓ ଆଶାକର୍ମୀ ଙ୍କୁ  ମଙ୍ଗଳବାର ବଗେଇବିରା ଗ୍ରାମ ରେ ଭବ୍ୟ ସମ୍ବର୍ଧନା ପ୍ରଦାନ କରାଯାଇଥିଲା । 

ଗ୍ରାମବାସୀ ଙ୍କ ତରଫରୁ  ଜିଲ୍ଲାପାଳ ବରଗଡ଼ ଆଦିତ୍ୟ ଗୋୟଲ୍  ଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିବା ଆଶା କର୍ମୀ ଅଙ୍ଗନୱାଡି କର୍ମୀ ଓ ୱାର୍ଡ ମେମ୍ବର ଗ୍ରାମ ରେ  ଉପସ୍ଥିତ ରହି ଏହି ପୁରସ୍କାର ଗ୍ରାମବାସୀ ଙ୍କ ମିଳିତ ଉଦ୍ୟମ ଓ ପ୍ରୟାସ ର ଫଳ ବୋଲି ଉଲ୍ଲେଖ କରିବା ସହ ଆଗାମୀ ଦିନ ରେ ଗ୍ରାମବାସୀ ଆହୁରି ସଚେତନ ରହି  ଗ୍ରାମକୁ ସୁସ୍ଥ ଗ୍ରାମ ସହିତ କିପରି ସବୁଜ ଓ ସ୍ୱଚ୍ଛ ଗ୍ରାମ ରେ ପରିଣତ ହୋଇ ପାରିବ ସେଥି ପାଇଁ ଗ୍ରାମ ର ଯୁବ ବର୍ଗ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ ।ସାମାଜିକ କର୍ମୀ ପୁରନ୍ଦର  ଭୋସାଗର ଧନ୍ୟବାଦ୍ ଅର୍ପଣ କରିଥିଲେ।



Report : Bijay ku sahu

Edited by k.s thakur...



Post a Comment

Previous Post Next Post