ପୁଣି ଖୋଲିବ ବନ୍ଦ ହୋଇଥିବା ସ୍କୁଲ! ...

ପୁଣି ଖୋଲିବ ବନ୍ଦ ହୋଇଥିବା ସ୍କୁଲ! ...


ଭୁବନେଶ୍ୱର,୨୮/୦୩ : ମିଶ୍ରଣ ପରେ ବନ୍ଦ ହୋଇଥିବା ସ୍କୁଲ ଖୋଲିବା ପ୍ରସଙ୍ଗ । ବନ୍ଦ ହୋଇଯାଇଥିବା ସ୍କୁଲକୁ ନେଇ ଆଜି ବିଧାନସଭା ଗୃହରେ ଅତାବିରା ବିଧାୟକ ନିହାର ମହାନନ୍ଦ କରିଥିବା ପ୍ରଶ୍ନ ବିଜେପି ସବୁ ବନ୍ଦ ସ୍କୁଲ ଖୋଲିବାକୁ ଘୋଷଣା କରିଥିଲା । ସ୍କୁଲ୍‌ ଖୋଲିବା ନେଇ କିଛି ବ୍ୟବସ୍ଥା ରହିଛି ନା ନାହିଁ । 

Ad..


ଏହାର ଉତ୍ତରରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ମିଶ୍ରଣ ପରେ ବନ୍ଦ ହୋଇଥିବା ସ୍କୁଲ ଖୋଲିବାକୁ ନୀତିଗତ ବ୍ୟବସ୍ଥା ରହିଛି । ସିଡ୍ୟୁଲ୍ ଏରିଆରେ ସର୍ବନିମ୍ନ ୨୦ ପିଲା ଥିଲେ ଖୋଲିବ ସ୍କୁଲ । ନନ୍‌ ସିଡ୍ୟୁଲ୍ ଏରିଆରେ ସର୍ବନିମ୍ନ ୪୦ ପିଲା ଥିଲେ ସ୍କୁଲ ଖୋଲିବ ।

ପୂର୍ବ ସରକାର ତରବରିଆ ଭାବରେ, ଠିକ୍ ଭାବେ ବିଚାର ନକରି ଛାତ୍ରଛାତ୍ରୀ ସଂଖ୍ୟା କମ ଥିବା ସ୍କୁଲକୁ ମିଶ୍ରଣ କରିଥିଲେ। ସମୁଦାୟ ୫୬୩୩ ସ୍କୁଲକୁ ମିଶ୍ରଣ କରିଥିଲେ ପୂର୍ବ ସରକାର। ୧୦୦ ମିଟର ବ୍ୟବଧାନରେ ଥିବା ୨୧୨୫ଟି ସାଟେଲାଇଟ୍‌ ସ୍କୁଲ ବି ମିଶ୍ରଣ କରାଯାଇଛି । ସଂରକ୍ଷିତ ଅଞ୍ଚଳ ୨୦ ଓ ଅଣସଂରକ୍ଷିତ ଅଞ୍ଚଳରେ ୪୦ ପିଲା ଥିଲେ, ସ୍କୁଲ ଖୋଲିବାକୁ ବିଚାର କରାଯିବ।



Edited by k.s thakur...



Post a Comment

Previous Post Next Post