ବୁଢ଼ା ସମ୍ବର ର ସମ୍ମାନ ନା ଅସମ୍ମାନ ? ରାଜନେତା ଙ୍କ ନଜର ଆଢୁଆଳରେ ଭେଉରିଆଛକ ପ୍ରତିମୂର୍ତ୍ତି ...

ବୁଢ଼ା ସମ୍ବର ର ସମ୍ମାନ ନା ଅସମ୍ମାନ ? ରାଜନେତା ଙ୍କ ନଜର ଆଢୁଆଳରେ ଭେଉରିଆଛକ ପ୍ରତିମୂର୍ତ୍ତି ...


ବରଗଡ଼,୧୫/୦୩ : ବୁଢା ସମ୍ବର ଗଡ଼ଜାତ ର ପୂର୍ବତନ ବିଧାୟକ ତଥା ରୋୟାଲ ଏୟାର ଫୋର୍ସ ର ପାଇଲଟ ବୁଢାସମ୍ବର ଜମିଦାର ଲାଲ ରଞ୍ଜିତ ସିଂ ବରିହା ଙ୍କ ପ୍ରତି ମୂର୍ତ୍ତି କୁ ପଦ୍ମପୁର ସହରର ପ୍ରାଣକେନ୍ଦ୍ର କୁହାଯାଉଥିବା ଭେଉରିଆଛକ ଠାରେ ସ୍ଥାପନା କରାଯାଇଥିଲା। 


ପରବର୍ତ୍ତୀ ସମୟରେ ରାସ୍ତା ତିଆରି ସମୟରେ ଉକ୍ତ ପ୍ରତିମୂର୍ତ୍ତି କୁ ସ୍ଥାନାନ୍ତରିତ କରାଯାଇଥିଲା ଯାହା ସେ ସମୟରେ ଟ୍ରେକର ଷ୍ଟାର ର କଡ଼ରେ ଅସ୍ଥାୟୀ ଭାବରେ ରଖାଗଲା। ଉକ୍ତ ରାସ୍ତା ତିଆରି ହୋଇ ପ୍ରତିମୂର୍ତ୍ତି ସ୍ଥାନରେ ଏବେ ଘଡ଼ି ତୋରଣ ଲଗାଯାଇଛି ଯାହା ବୋଡ଼ା ସମ୍ବର ଜମିଦାର ଙ୍କ ସମ୍ମାନ ପ୍ରତି ଆଞ୍ଚ ଆସୁଥିବାରୁ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। 

ଅନ୍ୟ ପଟେ ଉକ୍ତ ପ୍ରତିମୂର୍ତ୍ତି ଅଲୋଡା ହୋଇ ପଡ଼ିରହିଛି। ମୂର୍ତ୍ତି ପଛରେ ଲୋକ ପରିଶ୍ରା କରିବା ପାଇଁ ପଛାଉ ନାହାଁନ୍ତି। ଜନପ୍ରତିନିଧି ମାନଙ୍କ କଥା ନ କହିବା ଭଲ ଭୋଟ ରେ ବିଜୟୀ ହେବାପରେ ସେମାନେ ସାଧାରଣ କର୍ତ୍ତବ୍ୟ କୁ ବି ଭୁଲିଗଲା ପରି ହୃଦବୋଧ ହେଉଥିବା ଜନସାଧାରଣ ରେ ଆଲୋଚନା ହେଉଛି ।

ଯଥା ଶିଘ୍ର ଏହି ବୋଡ଼ା ସମ୍ବର ର ସମ୍ମାନ ପ୍ରତି ଏନ୍ ଏ ସି କର୍ତୁପକ୍ଷ କିମ୍ବା ପ୍ରଶାସନ ଗୁରୁତ୍ବ ନ ଦେଲେ ସମାଜସେବୀ ଙ୍କ ଦ୍ବାରା ଆନ୍ଦୋଳନ ହେବାର ସମ୍ଭାବନା ରହିଥିବାର ଆଲୋଚନା ହେଉଛି। ପ୍ରକାଶ ଥାଉକି ପଦ୍ମପୁର ସହରର ଡାକ୍ତରଖାନା, ଥାନା, କୋର୍ଟ, ଉଡାଜାହାଜ ପଡିଆ ଏଭଲି ବିକାଶ କ୍ଷେତ୍ର ରେ ରାଜପରିବାର ଙ୍କ ଅବଦାନ ରହିଛି। ଏଭଳି ମହାପୁରୁଷଙ୍କୁ ଅଣଦେଖା କରାଯିବା କଥା କୁ ନେଇ ଜନପ୍ରତିନିଧି ମାନେ ମଧ୍ୟ ଆଲୋଚନା ଓ ସମାଲୋଚନା ର ଶିକାର ହେଉଛନ୍ତି।



Report : Bijay ku sahu 

Edited by k.s thakur...



Post a Comment

Previous Post Next Post