ମଟନରେ ଗୋମାଂସ ମିଶାଇ ବିକ୍ରି ଘଟଣା: ସିଲ ହେଲା ପୁରୀ ସତ୍ୟବାଦୀର ଜୟା ହୋଟେଲ...
ପୁରୀ,୦୭/୦୩ : ସିଲ ହେଲା ପୁରୀ ସତ୍ୟବାଦୀର ଜୟା ହୋଟେଲ । ମଟନ୍ ପାଇଁ ପୁରୀର ବେଶ୍ ଫେମସ୍ ରହିଥିବା ଜୟା ହୋଟେଲରେ ଗୋମାଂସ ମିଶାଇ ବିକ୍ରି କରୁଥିବା ଅଭିଯୋଗରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ଆଜି ସକାଳୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜୟା ହୋଟେଲକୁ ସିଲ କରିଛି ପୋଲିସ।
Ad..
ଏବଂ ବ୍ୟବହାର କରାଯାଉଥିବା ମାଂସର ନମୁନାକୁ ସଂଗ୍ରହ କରାଯାଇ ରାଜ୍ୟ ପରୀକ୍ଷାଗାରକୁ ପଠାଯାଇଥିବା ସୂଚନା । ସେହିପରି ଭିଡିଓ ଭାଇରାଲ ପରେ ସତ୍ୟବାଦୀ ଇନସ୍ପେକ୍ଟରଙ୍କୁ ବଦଳି କରାଯାଇଥିବା ଜଣାପଡ଼ିଛି ।
ଅନ୍ୟପଟେ ଜୟା ଢାବା ମାଲିକ ଚନ୍ଦନ ପ୍ରଧାନ ମଟନ୍ ସହ ଗୋମାଂସ ମିଶାଇବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ପ୍ରତିଦିନ ଆମ ହୋଟେଲରେ ୫୦ରୁ ୬୦ କିଲୋ ମଟନ୍ ରୋଷେଇ ହୁଏ। ଆମେ ନିଜେ ପ୍ରାୟ ୩୦ କିଲୋ ମଟନ କାଟୁ । ଆଉ ବାକି ବଜାରରୁ କିଣାଯାଏ। କିନ୍ତୁ କେବେ ବି ଗୋମାଂସ ମିଶାଇନୁ କି ମିଶାଇବୁନି। ଯେଉଁ ଯୁବକ ଏଭଳି ଅଭିଯୋଗ କରିଛନ୍ତି, ମୁଁ କେବେ ତାଙ୍କୁ ଦେଖିନି । ଆମ ଢାବାର ଲୋକପ୍ରିୟତାରେ ସହିନପାରି ଏପରି ଅପପ୍ରଚାର କରାଯାଉଛି।
ସୂଚନା ଯୋଗ୍ୟ; ଗତ ଫେବ୍ରୁଆରି ୨୩ ତାରିଖ ରାତି ପ୍ରାୟ ୨ଟାରେ ସତ୍ୟବାଦୀ ଥାନା ଅହମ୍ମଦପୁର ଅଞ୍ଚଳର ପିଣ୍ଡୁ ଓରଫ ମୀର ସୟଦ୍ ଅଲ୍ଲୀ ତାର ୨ଜଣ ସହଯୋଗୀଙ୍କ ସହ ଏକ ଟାଟା ଏସିଇ ଗାଡ଼ିରେ ଗୋରୁଚାଲାଣ କରୁଥିବାବେଳେ କିଛି ଯୁବକ ଧରିଥିଲେ | ତାଙ୍କୁ ଧରି ଲୋକେପଚରାଉଚରା କରିବା ବେଳେ ସେ ଚାଞ୍ଚଲ୍ୟକର କଥା କହିଥିଲେ |
ସେ କହିଥିଲେ, ଶୁକଳ ଓ ଆଖପାଖ ଅଞ୍ଚଳରୁ ଗୋରୁଙ୍କୁ ଆଣି ସତ୍ୟବାଦୀର ଏକ ସ୍ଥାନରେ ଠୁଳ କରିବା ପରେ ଏକତ୍ର କଟକ ଚାଲାଣ କରାଯାଏ। ଏହି ଗୋରୁମାଂସ ଜୟା ଢାବା ସହ ଅନ୍ୟ ହୋଟେଲକୁ ଚାଲାଣ ହୋଇଥାଏ। ଗୋରୁ କାଟୁଥିବା ପୁରୀର ଏହି ବ୍ୟକ୍ତି ମଧ୍ୟ ଗୋମାଂସ ନିଅନ୍ତି ଓ ଏହାକୁ ମଟନ୍ ସହ ବିକ୍ରି କରନ୍ତି ବୋଲି ପିଣ୍ଡୁ କହିଥିଲେ । ସାମାଜିକ ଗଣମାଧ୍ୟମରେ ପିଣ୍ଡୁଙ୍କ ବୟାନ ଭାଇରାଲ୍ ହେବା ପରେ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନର ମିଳିତ ଟିମ୍ ଚଢ଼ଉ କରିଥିଲା ।
Edited by k.s thakur...


